Hockey

FIH ହକି ମହିଳା ଜୁନିୟର ବିଶ୍ୱକପ୍ ପାଇଁ ଓଡିଶାର ଅଜମିନା କୁଜୁର ମନୋନୀତ

ଭୁବନେଶ୍ୱର: FIH ହକି ମହିଳା ବିଶ୍ୱକପ ହକି ୨୦୨୨ରେ ଓଡ଼ିଶା ପାଇଁ ଗୌରବ ଆଣିପାରେ ସୁନ୍ଦରଗଡ଼ର ଝିଅ। ୨୦୨୨ ମସିହା ଏପ୍ରିଲ ୧ ରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଥିବା FIH ହକି ମହିଳା ଜୁନିୟର ବିଶ୍ୱକପ । ତେବେ ଏହି ମ୍ୟାଚ ପାଇଁ ଓଡିଶାର ଅଜମିନା କୁଜୁର ଜୁନିଅର ଭାରତୀୟ ମହିଳା ଦଳରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି | ଏନେଇ ଓଡିଶା ସ୍ପୋର୍ଟସର ଅଫିସିଆଲ ଟ୍ୱିଟର ପେଜରେ ଟ୍ୱିଟ ଜରିଆରେ ଏହି ସୂଚନା ପ୍ରଦାନ କରାଯାଇଛି ।

ଜୁନିୟର ବିଶ୍ଵକପରେ ଖେଳିବା ପାଇଁ ଚୟନ ହେବା ପରେ ସେ ତାଙ୍କର ପ୍ରସ୍ତୁତି ଏବଂ ଦଳର ଆକାଂକ୍ଷା ବିଷୟରେ ଜଣାଇଛନ୍ତି । ତାଙ୍କ କହିବା ଅନୁଯାୟୀ, ଜୁନିୟର ମହିଳା ବିଶ୍ୱକପ ପାଇଁ ତାଙ୍କ ଚୟନକୁ ନେଇ ସେ ବେଶ୍ ଖୁସି ଅଛନ୍ତି । ପ୍ରାୟ ୧ ମାସ ହେବ ସେ କଳିଙ୍ଗ ଷ୍ଟାଡିୟମର ପ୍ରାକ୍ଟିସ ଗ୍ରାଉଣ୍ଡରେ ଅଭ୍ୟାସ କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, FIH ହକି ବିଶ୍ୱକପରେ ପୁରୁଷ ହକି ଦଳର ପ୍ରଦର୍ଶନକୁ ସେ ପ୍ରଶଂସା କରିବା ସହ ତାଙ୍କଠାରୁ ଆମେ ବହୁତ କିଛି ଶିଖିବା । ଆମର ଏହି ଆଶା ରହିଛି କି, ଆମେ ବିଶ୍ୱକପ ମ୍ୟାଚରେ ଭଲ ପ୍ରଦର୍ଶନ କରିବା ସହ ନିଶ୍ଚୟ ବିଜୟ ହୋଇ ଫେରିବୁ ।

Related posts

ଏଫଆଇଏଚ ପ୍ରୋ ଲିଗ୍; ଦ୍ୱିତୀୟ ମ୍ୟାଚରେ ବେଲଜିୟମଠୁ ପ୍ରତିଶୋଧ ନେଲା ଭାରତ

FIH ପ୍ରୋ ଲିଗ୍: ସୁଟଆଉଟ୍‌ରେ ଇଂଲଣ୍ଡକୁ ହରାଇଲା ଭାରତ, ବିଜୟ ସହ ଅଭିଯାନ ଶେଷ

ପ୍ରଥମ ଓଡିଆ ଭାବେ ହକି ଆନ୍ଥେମ୍ ପ୍ରସ୍ତୁତ କଲେ ପ୍ରେମା ନନ୍ଦ

Odisha Sports Bureau