ସ୍କୁଲରୁ ମିଳିବ ପିଲାଙ୍କୁ ଫୁଟବଲ୍ ଖେଳର ତାଲିମ୍ । ଯାହା ସେମାନଙ୍କୁ ଶାରୀରିକ, ମାନସିକ ଏବଂ ସାମାଜିକ କ୍ଷେତ୍ରରେ ବେଶ୍ ଲାଭ ଦାୟକ ହେବ । ନ୍ୟାସନାଲ ଏଜୁକେଶନ ପଲିସି ମାଧ୍ୟମରେ, ଫୁଟବଲ୍ ଖେଳକୁ ମିଳିପାରେ ବଡ ଗୁରୁତ୍ୱ । ସମଗ୍ର ଓଡିଶାର ବିଭିନ୍ନ ସ୍କୁଲ ଗୁଡିକରେ, ଫୁଟବଲ୍ ଖେଳକୁ ଗୁରୁତ୍ୱ ଦିଆଯିବା ନେଇ, ଆଜି ଏକ ଆଲୋଚନା ହୋଇଛି । ଆଉ ଏହି ଆଲୋଚନାରେ ସାମିଲ ହୋଇଥିଲେ, ଅଲ ଇଣ୍ଡିଆ ଫୁଟବଲ୍ ଫିଡେରେସନର ପ୍ରସିଡେଣ୍ଟ କଲ୍ୟାଣ ଚୁବେ. କ୍ରୀଡା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଧାୟକ ଜୟନାରାୟଣ ମିଶ୍ର ଓ ବିଧାୟକ ଟଙ୍କଧର ତ୍ରିପାଠୀ । ଫୁଟବଲ ଖେଳକୁ ଏନ୍.ଇ.ପି ମାଧ୍ୟମରେ ଯୋଡିବା, ଏହି ଆଲୋଚନାର ପ୍ରସଙ୍ଗ ରହିଥିଲା ।
ଅନ୍ୟପଟେ ଯଦି ଦେଖିବା ଫୁଟବଲ୍ ଖେଳ ଦ୍ୱାରା, ପିଲାଙ୍କୁ ଫିଜିକାଲି ଫିଟ୍ ରହିବାରେ ବେଶ୍ ସହାୟକ ହୋଇଥାଏ । ଏହି ଖେଳରେ ତତ୍ପରତା, ଧ୍ୟାନ, ଦ୍ରୁତ ନିଷ୍ପତ୍ତି ଓ ରଣନୀତି କରିବାର ଦକ୍ଷତା ବି ପିଲାଙ୍କ ପାଖରେ ଆସିଥାଏ । ସହଯୋଗ, ଶୃଙ୍ଖଳା, ସମୟନିଷ୍ଠା ନେତୃତ୍ୱ ନେବାର ଗୁଣ ମଧ୍ୟ ଦେଖା ଯାଇଥାଏ । ଯାହା ସେମାନଙ୍କ ମାନସିକ କ୍ଷମତାକୁ ସୁଦୃଢ କରିବା ସଙ୍ଗେ ସଙ୍ଗେ ଆତ୍ମବିଶ୍ୱସ ମଧ୍ୟ ବଢାଇବ ।
previous post
