ପାକିସ୍ତାନ : ଭାରତୀୟ ଟିମ୍ ର ସ୍ପିଡଷ୍ଟର ଉମ୍ରାନ ମଲିକଙ୍କୁ ଅସମ୍ମାନ କରିଛନ୍ତି ପାକିସ୍ତାନର ପୂର୍ବତନ ଖେଳାଳି ସୋହାଲି ଖାନ। ଘରୋଇ କ୍ରିକେଟରେ ପାକିସ୍ତାନର ଉମ୍ରାନ ମଲିକଙ୍କ ଭଳି ଅନେକ ବୋଲର ପଡ଼ି ରହିଛନ୍ତି ବୋଲି ସେ କହିଛନ୍ତି । ୨୦୧୫ ବିଶ୍ୱକପ ବେଳେ ବିରାଟ କୋହଲିଙ୍କ ସହ ସୋହାଲି ଖାନଙ୍କ ବାକଯୁଦ୍ଧ ହୋଇଥିଲା । ଏ ସମ୍ପର୍କରେ ସେ ଖୁଲାସା କରି ମଧ୍ୟ ଚର୍ଚ୍ଚାକୁ ଆସିଥିଲେ।ଗୋଟିଏ ପାକିସ୍ତାନୀ ଗଣମାଧ୍ୟମକୁ ସୂଚନା ଦେଇ ସୋହାଲି ଖାନ କହିଛନ୍ତି, “ମୁଁ ଭାବୁଛି ଭାରତ ପାଇଁ ଉମ୍ରାନ ମଲିକ ଜଣେ ଭଲ ବୋଲର। ତାଙ୍କର ଗୋଟିଏ-ଦୁଇଟି ମ୍ୟାଚ୍ ମୁଁ ଦେଖିଛି। ସେ ଜୋରରେ ଦୌଡ଼ୁ ଥିବା ବେଳେ ଅନ୍ୟ ଜିନିଷ ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି।
previous post