Cricket

ଅମ୍ପାୟାର ଅସଦ୍ ରଉଫଙ୍କ ବିୟୋଗ

ଇସ୍‌ଲାମ୍‌ବାଦ୍‌: ପାକିସ୍ତାନର ପୂର୍ବତନ କ୍ରିକେଟ୍ ଅମ୍ପାୟାରଙ୍କର ହୃଦଘାତରେ ପରଲୋକ ହୋଇଛି । ପାକିସ୍ତାନର କେତେ ଜଣ ଜଣାଶୁଣା ଅମ୍ପେୟାର୍‌ଙ୍କ ମଧ୍ୟରୁ ଅସଦ ରୌଫ୍‌ ଅନ୍ୟତମ। ତାଙ୍କର ବୁଧବାର ରାତିରେ ଅଚାନକ ମୃତ୍ୟୁ ଘଟିଛି। ପୂର୍ବତନ ଅମ୍ପେୟାର ଅସଦ ହୃଦ୍‌ଘାତର ଶିକାର ହୋଇ ୬୬ ବୟସରେ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି।

ସେ ତାଙ୍କର ୧୩ ବର୍ଷର କ୍ୟାରିୟର୍‌ ମଧ୍ୟରେ ୪୯ ଟେଷ୍ଟ୍‌, ୯୮ ୱାନ୍‌ଡେ ଓ ୨୩ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌‌ରେ ଅମ୍ପେୟାରିଂ କରିଛନ୍ତି। ତାଙ୍କ ଉପରେ ୨୦୧୩ ମସିହାରେ ଆଇପିଏଲ୍‌ରେ ସ୍ପଟ୍‌ ଫିକ୍ସିଂ ଅଭିଯୋଗ ଆସିଥିଲା।

ସ୍ପଟ୍ ଫିକ୍ସିଙ୍ଗକୁ ନେଇ ପୁଣି ଅସଦଙ୍କ ଉପରେ ବିସିସିଆଇ ୨୦୧୬ରେ ୫ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଥିଲେ । ପ୍ରତିବନ୍ଧକ ଲାଗିବା ପରେସେ କ୍ରିକେଟରୁ ସମ୍ପୂର୍ଣ୍ଣ ଭାବେ ଓହରି ଯାଇଥିଲେ । ଏହାପରେ ଲାହୋରରେ ଏକ ଜୋତା ଦୋକାନ କରି ପରିବାର ଭରଣ ପୋଷଣ କରୁଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।
ଅଚାନକ ଏପରି ଅସଦଙ୍କ ମୃତ୍ୟୁ ଖବର ଗଣମାଧ୍ୟମରେ ଦେଇଛନ୍ତି ତାଙ୍କ ଭାଇ ତାହିର ରୌଫ୍‌। ତାହିର କହିଛନ୍ତି ଯେ ଅସଦ ବୁଧବାର ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ସେହି ସମୟରେ ଅଚାନକ ତାଙ୍କର ଛାତି ଯନ୍ତ୍ରଣା ହେଲା। ତାପରେ ତାଙ୍କର ପ୍ରାଣବାୟୁ ଉଡ଼ିଗଲା।

Related posts

୧୬ ବଲରେ ୭୪ ରନ୍ କଲେ ମହମ୍ମଦ ଶାହଜାନ

Odisha Sports Bureau

ଗୁଜରାଟକୁ ପରାଜୟର ସ୍ୱାଦ ଚଖାଇଲା ପଞ୍ଜାବ

ଏସିଆ କପ ସୁପର -୪ ଶେଷ ମ୍ୟାଚରେ ବାଂଲାଦେଶକୁ ଭେଟିବ ଭାରତ

Odisha Sports Bureau