Cricket

ଟି-୨୦ରେ ଏହି ଖେଳାଳୀ ହେଉଛନ୍ତି ଦଳର ମେରୁ ଦଣ୍ଡ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡକୁ କ୍ଲିନ ସ୍ୱିପ କରିବା ପରେ ଭାରତର ଅଧିନାୟକ ରୋହିତ ଶର୍ମା ଦେଇଛନ୍ତି ଏକ ବଡ ବୟାନ । ଟି-୨୦ ଦଳରେ ପ୍ରତ୍ୟାବର୍ତ୍ତନ କରିଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଖୁବ ପ୍ରଶଂସା କରିଛନ୍ତି ରୋହିତ । ବିଶ୍ୱକପ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଯେତେବେଳେ ବି ଦଳକୁ ୱିକେଟ ଦରକାର ପଡିଛି ଅଶ୍ୱିନ ତାହା କରିଛନ୍ତି । ୱିକେଟ ଅକ୍ତିଆର କରିବା ପାଇଁ ଅଶ୍ୱିନ ସବୁଠୁ ଭଲ ବିକଳ୍ପ ବୋଲି କହିଛନ୍ତି ରୋହିତ । ନ୍ୟୁଜିଲାଣ୍ଡ ବିପକ୍ଷ ଏହି ସିରିଜ ବିଜୟରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି ବୋଲର । ତେଣୁ ଅଧିନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

IND vs NZ: Ravichandran Ashwin "Always An Attacking Option" For A Captain,  Says Rohit Sharma | Cricket News
ଅଶ୍ୱିନ କିଓ୍ୱି ଟିମ୍ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ସେ ରନ୍ ରେଟରେ ଅଙ୍କୁଶ ଲଗାଇବା ସହ ଓ୍ୱିକେଟ୍ ନେବାରେ ସକ୍ଷମ ହୋଇଥିଲେ । ଦୁବାଇରେ ଖେଳିବା ସମୟରେ ଅଶ୍ୱୀନ ଫର୍ମକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ ଜଣେ ଭଲ ବୋଲର । ଗତ ଅନେକ ବର୍ଷ ହେବ ସେ ଟେଷ୍ଟ୍ ମ୍ୟାଚରେ ନିଜକୁ ପ୍ରମାଣିତ କରିଛନ୍ତି । ସୀମିତ ଓଭର କ୍ରିକେଟରେ ମଧ୍ୟ ତାଙ୍କ ରେକର୍ଡ ଖରାପ ନୁହେଁ । ସେ ଦଳର ମେରୁଦଣ୍ଡ ସଦୃଶ ଅଟନ୍ତି । ସେ ଆହୁରି କହିଛନ୍ତି ଯେ, ନୂଆ କୋଚ୍ ରାହୁଲ ଦ୍ରାବିଡଙ୍କ ସହ ମିଶି ସେ ଦଳରେ ସୁସ୍ଥ ମାହୋଲ ଆଣିବାରେ ସକ୍ଷମ ହୋଇଛନ୍ତି । କେଉଁ ଖେଳାଳିଙ୍କ ଭୂମିକା କଣ ସେନେଇ ଡ୍ରେସିଂ ରୁମରେ ହୋଇଥିବା ଆଲୋଚନା ଅଧିକ ଗୁରୁତ୍ୱ ବହନ କରେ ବୋଲି ହିଟମ୍ୟାନ୍ କହିଛନ୍ତି ।

India vs New Zealand 2021: Aakash Chopra on R Ashwin's supposed turnaround  in T20I cricket
ଦୀର୍ଘ ଦିନ ହେବ ସିମୀତ ଓଭର କ୍ରିକେଟରୁ ଦୂରେଇ ରହିଥିଲେ ଅଶ୍ୱିନ । ତେବେ ବିଶ୍ୱକପରେ ତାଙ୍କୁ ପୁଣି ଥରେ ସୁଯୋଗ ମିଳିଥିଲା । ଯେଉଁଥିରେ ଦମଦାର ଏଣ୍ଟ୍ରି କରିଛନ୍ତି ଐଶ । କିଛି ବର୍ଷ ପରେ ବିଶ୍ୱକପରେ ଖେଳୁଥିବା ଅଶ୍ୱିନଙ୍କ ପ୍ରଦର୍ଶନ ସମସ୍ତଙ୍କୁ ଆକୃଷ୍ଟ କରିଛି ।

Related posts

ବିରାଟ କୋହଲିଙ୍କ ବିରୋଧରେ ଆଇସିସିର କଡା ଆକ୍ସନ

Odisha Sports Bureau

ତିନି ଜଣ କ୍ରିକେଟର ଏକାସଙ୍ଗେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ କାନ୍ଦି କାନ୍ଦି ବିଦାୟ ଦେଲେ…

ଭାରତ ସମ୍ମାନରେ ୧୫୯ ରନର ବିଜୟ ଲକ୍ଷ୍ୟ

Odisha Sports Bureau