Cricket

ପ୍ରଥମ ଥର ଅହମଦାବାଦ୍ ଷ୍ଟାଡିୟମରେ ଜଲୱା ଦେଖାଇଲା ଟିମ୍ ଇଣ୍ଡିଆ, ଲଗାତର ଦ୍ଵିତୀୟ ଥର ବିଶ୍ଵକପ୍ ହାତେଇଲା ଭାରତ

ଗୁଜୁରାଟ: ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ୨୦୨୬ରେ ଅଦ୍ଭୁତ ସଫଳତା ହାସଲ କରି ନୂତନ ଇତିହାସ ରଚିଛି। ଫାଇନାଲ୍ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୯୬ ରନରେ ପରାଜିତ କରି ବିଶ୍ୱ ଚାମ୍ପିଅନ ହୋଇଛି। ଏହି ବିଜୟ ସହିତ ଭାରତ ଡିଫେଣ୍ଡିଂ ଚାମ୍ପିଅନ ଭାବରେ ନିଜ ଖିତାବକୁ ବଜାୟ ରଖିଛି। ପୂର୍ବରୁ ୨୦୨୪ ମସିହାରେ ଟି-୨୦ ବିଶ୍ୱକପ୍ ଜିତିଥିବା ଭାରତ ୨୦୨୬ରେ ପୁନର୍ବାର ଟ୍ରଫି ଜିତି ନୂଆ ମହାରେକର୍ଡ ଗଢ଼ିଛି।

ଏହି ବିଜୟ ସହିତ ଭାରତ ପ୍ରଥମ ଦଳ ଭାବେ ତୃତୀୟଥର ଟି-୨୦ ବିଶ୍ୱକପ୍ ଜିତିବାର ସଫଳତା ଅର୍ଜନ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ଦଳ ଘରୋଇ ମାଟିରେ ବିଶ୍ୱକପ୍ ଜିତିବାର ମଧ୍ୟ ରେକର୍ଡ ସୃଷ୍ଟି କରିଛି। ଅନ୍ୟପଟେ ପ୍ରଥମଥର ପାଇଁ ବିଶ୍ୱ ଚାମ୍ପିଅନ ହେବାର ନ୍ୟୁଜିଲାଣ୍ଡର ସ୍ୱପ୍ନ ଫାଇନାଲ୍‌ରେ ଭଙ୍ଗି ଯାଇଛି।

ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୨୫୫ ରନର ବିଶାଳ ସ୍କୋର କରିଥିଲା। ସଞ୍ଜୁ ସାମସନ ଦଳ ପାଇଁ ସର୍ବାଧିକ ୮୯ ରନ୍ କରିଥିବାବେଳେ ଈଶାନ କିଶନ ୫୪ ରନ୍ ଓ ଅଭିଷେକ ଶର୍ମା ୫୨ ରନ୍ କରି ଦଳକୁ ମଜବୁତ ଅବସ୍ଥାନରେ ପହଞ୍ଚାଇଥିଲେ।

୨୫୬ ରନର ଲକ୍ଷ୍ୟ ନେଇ ମାଇଦାନକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଦଳ ଭାରତୀୟ ବୋଲରମାନଙ୍କ ସମ୍ମୁଖରେ ଟିକି ପାରିନଥିଲା ଏବଂ ସମୁଦାୟ ୧୫୯ ରନ୍‌ରେ ସୀମିତ ହୋଇଯାଇଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ଅତ୍ୟନ୍ତ ଶାନ୍ଦାର ବୋଲିଂ କରି ୪ଟି ୱିକେଟ୍ ନେଇଥିଲେ ଏବଂ ଦଳର ବିଜୟରେ ଉଲ୍ଲେଖନୀୟ ଭୂମିକା ନିଭାଇଥିଲେ।

ଏହି ବିଜୟ ସହିତ ଭାରତୀୟ କ୍ରିକେଟ୍ ଦଳ ପୁନର୍ବାର ବିଶ୍ୱ ମଞ୍ଚରେ ନିଜର ଦବଦବା ପ୍ରମାଣ କରିଥିବାବେଳେ ଦେଶଜୁଡା କ୍ରିକେଟ୍ ପ୍ରେମୀମାନେ ଏହି ସଫଳତାକୁ ବଡ଼ ଉତ୍ସବ ଭାବେ ପାଳନ କରିଛନ୍ତି।

Related posts

ସେମିଫାଇନାଲରୁ ୪ ଟିମ୍‌ ବାହାର, ବିଶ୍ୱକପ ଦୌଡ଼ରେ ଏବେ ୬ ଟିମ୍‌

Odisha Sports Bureau

ଶୁବମନ ଗିଲଙ୍କ ଭଉଣୀଙ୍କୁ ଅପଶବ୍ଦ କହିଥିବା ଲୋକଙ୍କୁ ଛଡ଼ାଯିବ ନାହିଁ: ଦିଲ୍ଲୀ ମହିଳା ଆୟୋଗ

Odisha Sports Bureau

ଡେଭିଡ୍ ୱାର୍ଣ୍ଣରଙ୍କ ରେକର୍ଡକୁ ଟାର୍ଗେଟ କଲେ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ମଧ୍ୟ ପଛରେ ପକାଇବାର ସୁଯୋଗ

Odisha Sports Bureau