Cricket

ଦିନିକିଆ ଦଳକୁ ଫେରିବା ଲକ୍ଷ୍ୟରେ ପାଣ୍ଡ୍ୟା

(ଓଡିଶା ସ୍ପୋର୍ଟ): ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ସମସ୍ୟାରୁ ମୁକୁଳି ସାରିଥିଲେ ମଧ୍ୟ ଏପର୍ୟ୍ୟନ୍ତ ଫିଟ୍‌ ଘୋଷିତ ହୋଇନାହାନ୍ତି। ଏସିଆ କପ୍‌ରେ ଦଳର ନିୟମିତ ସଦସ୍ୟଙ୍କ ପିଠିରେ ଆଘାତ ଲାଗିଥିଲା। ସେ ଏବେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଦଳକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ”୨୦୧୯ ଜାନୁୟାରୀରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଜାତୀୟ ଦଳକୁ ଫେରିବି ବୋଲି ଆଶା ରଖିଛି। ମୁଁ ସୁସ୍ଥ ହେବା ପରେ ମୁମ୍ବାଇଠାରେ ବୋଲିଂ ସେସନରେ ଯୋଗ ଦେଇଛି। ଦୀର୍ଘ ୬୦ ଦିନ ପରେ ମୁଁ ପଡ଼ିଆକୁ ଫେରିଛି। ମୁଁ ଭାବୁଛି, ମ୍ୟାଚ୍‌ରେ କିଛି ଓଭର ବୋଲିଂ କରିବା ପରେ ଉଚିତ ପ୍ରଦର୍ଶନ କରିପାରିବି“ ବୋଲି ମଙ୍ଗଳବାର ଏକ ଇଭେଣ୍ଟରେ ଯୋଗଦେଇ ସେ କହିଛନ୍ତି। ୨୦୧୬ରେ ପଦାର୍ପଣ କରିବା ପରେ ଏହି କ୍ରିକେଟର ସମସ୍ତ ଫର୍ମାଟରେ ନିୟମିତ ସଦସ୍ୟ ହୋଇ ରହିଛନ୍ତି।

Related posts

ମନୁ ସାହନି ହେଲେ ଆଇସିସି କାର୍ଯ୍ୟ ନିର୍ବାହୀ ଅଧିକାରୀ

Odisha Sports Bureau

ପୁଅ କ୍ରିକେଟ ତାରକା, ହେଲେ ବାପା ଉଠାଉଛନ୍ତି ସିଲିଣ୍ଡର

Odisha Sports Bureau

ଓଡିଆଇ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା, ଖେଳିବେନି ଏହି ଖେଳାଳୀ

Odisha Sports Bureau