Cricket

ଅଧା ରହିଗଲା ବିଶ୍ଵକପରେ ସଞ୍ଜୁଙ୍କ ଶତକ ସ୍ଵପ୍ନ, ନ୍ୟୁଜିଲାଣ୍ଡକୁ ୨୫୬ ରନ୍ ଲକ୍ଷ୍ୟ

ଗୁଜୁରାଟ: ଟି–୨୦ ବିଶ୍ୱକପ୍ ଫାଇନାଲରେ ଭାରତୀୟ ଦଳ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛି। ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଇଶାନ କିଶନ ଓ ଶିବମ ଦୁବେ କିୱି ବୋଲରମାନଙ୍କୁ ଜବରଦସ୍ତ ଧୁଲେଇ କରି ଭାରତ ପକ୍ଷରୁ ବିଶାଳ ସ୍କୋର ଗଢ଼ିଛନ୍ତି। ଅହମଦାବାଦରେ ଖେଳାଯାଉଥିବା ଏହି ମହାମୁକାବିଲାରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୨୫୫ ରନ୍ ସଂଗ୍ରହ କରିଛି। ଫଳରେ ଚାମ୍ପିଅନ୍ ହେବା ପାଇଁ ନ୍ୟୁଜିଲାଣ୍ଡକୁ ୨୫୬ ରନ୍‌ର କଠିନ ଲକ୍ଷ୍ୟ ମିଳିଛି। ଫାଇନାଲ୍ ମ୍ୟାଚ୍‌ରେ ଏତେ ବଡ଼ ସ୍କୋର ହେବାରୁ ପ୍ରତିପକ୍ଷ ଦଳ ଉପରେ ଚାପ ବଢ଼ିଯାଇଛି।

ଆଜିର ମ୍ୟାଚ୍‌ରେ ଭାରତ ପକ୍ଷରୁ ସଞ୍ଜୁ ସାମସନ ସର୍ବାଧିକ ୮୯ ରନ୍ କରିଥିଲେ। ସେ ଦର୍ଶନୀୟ ବ୍ୟାଟିଂ କରି ଦଳକୁ ଶକ୍ତିଶାଳୀ ଆରମ୍ଭ ଦେଇଥିଲେ। ଅନ୍ୟପଟେ ଅଭିଷେକ ଶର୍ମା ୫୨ ରନ୍ କରିଥିବା ବେଳେ ଇଶାନ କିଶନ ୫୪ ରନ୍ ସଂଗ୍ରହ କରିଥିଲେ। ଶେଷ ଓଭରଗୁଡ଼ିକରେ ଶିବମ ଦୁବେ ବିସ୍ଫୋରକ ବ୍ୟାଟିଂ କରି କେବଳ ୮ଟି ବଲ୍‌ରେ ୨୬ ରନ୍ କରି ଦଳର ସ୍କୋରକୁ ଆହୁରି ବଡ଼ କରିଥିଲେ। ଭାରତୀୟ ବ୍ୟାଟରମାନଙ୍କ ଏହି ଦମଦାର ପ୍ରଦର୍ଶନରେ ଫାଇନାଲ୍ ମ୍ୟାଚ୍‌ ଆହୁରି ରୋମାଞ୍ଚକର ହୋଇଯାଇଛି ଓ ବର୍ତ୍ତମାନ ସମସ୍ତଙ୍କ ନଜର ନ୍ୟୁଜିଲାଣ୍ଡର ରନ୍‌ଚେଜ୍ ଉପରେ ରହିଛି।

Related posts

ଆଇପିଏଲ ୨୦୨୬ ପରେ ଅବସର ନେବେ ଧୋନୀ!

Odisha Sports Bureau

ଭାରତ-ନେପାଳ ମ୍ୟାଚ: ଟସ ଜିତ ଭାରତ ବୋଲିଂ ନିସ୍ପତି

Odisha Sports Bureau

ସନ୍‌ଡେ ସୁପର ଫାଇଟ୍: ଟସ୍ ଜିତିଲା ସାଉଥ ଆଫ୍ରିକା, ବ୍ୟାଟିଂ କରିବ ଭାରତ