Cricket

ଟି-ଟ୍ୱେଣ୍ଟି ବିଶ୍ୱକପକୁ ନେଇ ଆସିଲା ଖୁସି ଖବର

ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ଚଳିତ ବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପକୁ ନେଇ ଚାଲିଥିବା ଆଲୋଚନା-ପର୍ଯ୍ୟାଲୋଚନାର ଘଟିଛି ଅନ୍ତ । ଏହାକୁ ନେଇ ସବୁ କ୍ରିକେଟ ପ୍ରେମୀଙ୍କ ମନରେ ଥିବା ପ୍ରଶ୍ନର ମିଳିଛି ଉତ୍ତର । ଚଳିତ ବର୍ଷ ହେବାକୁ ତିବା ଟି-ଟ୍ୱେଣ୍ଟି ବିଶ୍ୱକପ ୟୁଏଇରେ ଅନୁଷ୍ଠିତ ହେବ ବୋଲି ବିସିସିଆଇ ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି ।
ପୂର୍ବରୁ ଘୋଷଣା ହୋଇଥବା ତାରିଖରେ ହିଁ ବିଶ୍ୱକପ ଆୟୋଜନ କରାଯିବ ବୋଲି କହିଛନ୍ତି ଉପାଧ୍ୟକ୍ଷ ରାଜୀବ ଶୁକ୍ଳା । ବିସିସିଆଇର ସମସ୍ତ ଅଧିକାରୀଙ୍କ ସହିତ ଆଲେଚନା କରିବା ପରେ ସର୍ବସମ୍ମତ୍ତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଯୋଗ୍ୟତା ପର୍ଯ୍ୟାୟ ଓମାନରେ ଆରମ୍ଭ ହେବ । ଏବଂ ଅନ୍ୟ ବାକି ମ୍ୟାଚ ସବୁ ୟୁଏଇର ଦୁବାଇ,ଆବୁଧାବି, ଓ ସାରଜାହରେ ଖେଳାଯିବାର ସୂଚୀ ରହିଛି । ତେବେ ଆଇପିଏଲ ସଂସ୍କରଣର ବାକି ଥିବାମ୍ୟାଚ ଶେଷ ହେବା ପରେ ବିଶ୍ୱକପ ଖେଳାଯିବ । ଆଗାମୀ ଦିନରେ କଣ ହେବ ତାହା ଏବେ କହିବା ଅସମ୍ଭବ । ତେଣୁ ସବୁ କ୍ଷେତ୍ରକୁ ନଜରରେ ରଖି ଏଭଳି ଏକ ନିଷ୍ପତ୍ତି ନେଇଥିବା କହିଛନ୍ତି ଶୁକ୍ଳା । ଭାରତରେ ବିଶ୍ୱକପ ଆୟେଜନ କରିବାକୁ ଇଚ୍ଛା ଥାଇ ବି ପରିସ୍ଥିତି ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ହୋଇଛି । ସମସ୍ତ ଖେଳାଳୀ ଏବଂ କର୍ମଚାରୀମାନଙ୍କ ସୁରକ୍ଷା ଆମର ପ୍ରାଥମିକତା ବୋଲି ମହିଛନ୍ତି ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ।

 

Related posts

ମେଲବୋର୍ଣ୍ଣ ଟେଷ୍ଟ: ଭାରତ ୮ ୱିକେଟରେ ବିଜୟୀ

Odisha Sports Bureau

ନିରାଶ ହେଲେ କ୍ରିକେଟ ଫ୍ୟାନ୍ସ: କୁଆଡ଼େ ଗଲା ବଳକା ୨୨ ହଜାର ଟିକେଟ

ଆଜି ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ହେବ ବିଗ ଫାଇଟ୍