Cricket

ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କଲେ ରୋହମାଲିଆ

ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କଲେ ରୋହମାଲିଆ।ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ ସ୍ପିନର୍‌ ତାଙ୍କ ସ୍ପିନ୍‌ ଯାଦୁ ଜରିଆରେ ମଙ୍ଗୋଲିଆ ଦଳକୁ ଦୂଳି ଚଟାଇଥିଲେ। ରୋହମାଲିଆ ତାଙ୍କ ଡେବ୍ୟୁ ମ୍ୟାଚରେ ଚମତ୍କାର କରି ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ଇଣ୍ଡୋନେସିଆ ଏବଂ ମଙ୍ଗୋଲିଆର ମହିଳା ଦଳ ମଧ୍ୟରେ ଖେଳାଯାଇଥିବା ଟି-୨୦ ସିରିଜର ୫ମ ମ୍ୟାଚରେ ୧୭ ବର୍ଷୀୟା ରୋହମାଲିଆ ତାଙ୍କ ବୋଲିଂରେ ଇତିହା ରଚିଛନ୍ତି।

ଏହି ମ୍ୟାଚରେ ଇଣ୍ଡୋନେସିଆ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଉଇକେଟ ହରାଇ ୧୫୧ ରନ ସ୍କୋର କରିଥିଲା। ଏହା ରୋହମାଲିଆଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଥିଲା, ଯେଉଁଥିରେ ସେ ବ୍ୟାଟ ସହିତ ୧୩ ରନ ଯୋଗଦାନ କରିଥିେ। କିନ୍ତୁ ରୋହମାଲିଆଙ୍କ ପ୍ରକୃତ ଅବଦାନ ବଲ ସହିତ ଥିଲା। ରୋହମାଲିଆ ମାତ୍ର ୩.୨ ଓଭର ବୋଲିଂ କରିଥିଲେ, ଯେଉଁଥିରେ ସେ ୩ ମେଡେନ୍‌ ଓଭର ବୋଲିଂ କରିଥିଲେ ଏବଂ କୌଣସି ରନ ନ ଦେଇ ୭ ଉଇକେଟ ନେଇଥିଲେ। ମହିଳା ଅନ୍ତର୍ଜାତୀୟ ଟି-୨୦ରେ ଡେବ୍ୟୁ କରିବାରେ ଯେକୌଣସି ବୋଲରଙ୍କ ଏହା ହେଉଛି ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏହା ଏକ ନୂତନ ବିଶ୍ୱ ରେକର୍ଡ।

Related posts

ଆଇସିସି ଜାରି କଲା ଖେଳାଳୀମାନଙ୍କ ମାନ୍ୟତା

Odisha Sports Bureau

ବାରବାଟୀକୁ ଫେରିଲା ଇଣ୍ଟନେସନାଲ କ୍ରିକେଟ

Odisha Sports Bureau

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: ଖେଳାଳିଙ୍କ ପାଇଁ ନୂଆ ଡ୍ରେସିଂ ରୁମ୍