Hockey

ବିବାଦ ପରେ ଭାରତୀୟ ଦଳର ଜର୍ସିକୁ ନେଇ ନିଷ୍ପତ୍ତି ବଦଳାଇଲା ହକି ଇଣ୍ଡିଆ

ଭାରତୀୟ ହକି ଦଳର ଜର୍ସିକୁ ନେଇ ଚାଲିଥିବା ବିବାଦରେ ଆସିଲା ବଡ଼ ମୋଡ଼। ଗେରୁଆ ଜର୍ସିକୁ ନେଇ ଚର୍ଚ୍ଚା ଓ ବିବାଦ ମଧ୍ୟରେ ଏବେ ନିଜ ନିଷ୍ପତ୍ତି ସ୍ପଷ୍ଟ କରିଛି ହକି ଇଣ୍ଡିଆ। ଆଗାମୀ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ନୀଳ ଜର୍ସିରେ ହିଁ ମଇଦାନକୁ ଓହ୍ଲାଇବେ। ହକି ଇଣ୍ଡିଆ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍‌କୁ ଦଳର କିଟ୍‌ ରଙ୍ଗ ସମ୍ପର୍କରେ ଅବଗତ କରାଯାଇଛି। ଏଥିରେ ନୀଳକୁ ପ୍ରଥମ ଏବଂ ନାରଙ୍ଗୀକୁ ଦ୍ୱିତୀୟ ବିକଳ୍ପ ଭାବେ ରଖାଯାଇଛି।

Whitewashed Down Under - India's 'eye-opening' Hockey tour to Australia

ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ କହିଛନ୍ତି ଯେ, ଏସୀୟ କ୍ରୀଡ଼ାରେ ଭାରତୀୟ ଦଳ ନୀଳ ଜର୍ସି ପିନ୍ଧି ଖେଳିବ। ତାଙ୍କ କହିବା ଅନୁସାରେ, ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ କିଟ୍‌ ପାଇଁ ବିଭିନ୍ନ ରଙ୍ଗର ବିକଳ୍ପ ଦେଇଥିଲା। ହକି ଇଣ୍ଡିଆ ସେଥିରୁ ନୀଳକୁ ପ୍ରଥମ ପସନ୍ଦ ଭାବେ ବାଛି। ନାରଙ୍ଗୀ ରଙ୍ଗ ସ୍ଥାୟୀ ଭାବେ ଜର୍ସିର ମୁଖ୍ୟ ରଙ୍ଗ ହେବ ବୋଲି ପୂର୍ବରୁ କେବେ କୁହାଯାଇନଥିଲା। ଏବେ ଏସୀୟ କ୍ରୀଡ଼ାରେ ଦଳର ମୁଖ୍ୟ ରଙ୍ଗ ଭାବେ ପୁଣି ନୀଳ ଫେରିଛି।

16th Hockey India Junior Men National Championship 2026 begins in  Coimbatore on July 28 - Telangana Today

ସେପଟେ ହକି ଇଣ୍ଡିଆର କୋଷାଧ୍ୟକ୍ଷ ଶେଖର ମନୋହରନ ମଧ୍ୟ ଏହାକୁ ସ୍ପଷ୍ଟ କରିଛନ୍ତି। କିଟ୍‌ ପାଇଁ ରଙ୍ଗ ବାଛିବା ସମୟରେ ହକି ଇଣ୍ଡିଆ ନୀଳକୁ ପ୍ରଥମ ପ୍ରାଥମିକତା ଏବଂ ଗେରୁଆକୁ ଦ୍ୱିତୀୟ ପ୍ରାଥମିକତା ଦେଇଛି।

Out of the blue: Hockey India's decision to replace the blue jersey with a  saffron sparks debate on Identity & Politics

ଉଲ୍ଲେଖଯୋଗ୍ୟ, ୨୦୨୬ ଅଗଷ୍ଟରେ ଏଫ୍‌ଆଇଏଚ୍‌ ହକି ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳର ପାରମ୍ପରିକ ନୀଳ ଜର୍ସି ବଦଳରେ ଗେରୁଆ ଜର୍ସି ଆଣିବା ନେଇ ଘୋଷଣା ହୋଇଥିଲା। ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଓ ବିବାଦ ଦେଖାଦେଇଥିଲା। ଏବେ ଏସୀୟ କ୍ରୀଡ଼ା ପାଇଁ ନୀଳ ଜର୍ସିକୁ ପ୍ରଥମ ପସନ୍ଦ କରାଯିବା ପରେ ବିବାଦରେ ଲାଗିଛି ବିରାମ।

Indian hockey team to resume national camp on Monday

 

Related posts

ଶ୍ରମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭାରତୀୟ ହକି ଖେଳାଳୀ

Odisha Sports Bureau

ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆର ଦମଦାର ବିଜୟ

Odisha Sports Bureau

ହକି ବିଶ୍ୱ କପର ଲାଇଭ ଦେଖିବ ଓଡିଶାବାସୀ

Odisha Sports Bureau