Cricket

ମୁଁ ଗାଧୋଇ ସାରି ଅଧଘଣ୍ଟା ବିଶ୍ରାମ ନେବାକୁ ଚାହୁଁଥିଲି କିନ୍ତୁ…

୨୦୨୩ ବିଶ୍ୱକପ୍‌ର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆକୁ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କେ.ଏଲ ରାହୁଲ ମ୍ୟାଚ ପରେ ଏକ ମଜାଦାର ଘଟଣା ବର୍ଣ୍ଣନା କରିଛନ୍ତି। ‘ପ୍ଲେୟାର ଅଫ ଦି ମ୍ୟାଚ’ ହୋଇଥିବା କେ.ଏଲ ରାହୁଲ କହିଛନ୍ତି ଯେ, ଅଷ୍ଟ୍ରେଲିଆ ଇନିଂସ ପରେ ସେ ଗାଧୋଇବାକୁ ଏବଂ କିଛି ସମୟ ବିଶ୍ରାମ ନେବାକୁ ଚିନ୍ତା କରୁଥିଲେ, କିନ୍ତୁ ଟିମ ଇଣ୍ଡିଆ ଉଇକେଟ ଦ୍ରୁତ ଗତିରେ ପଡିବାରୁ ତାଙ୍କୁ ଆସିବାକୁ ପଡିଲା।

ମ୍ୟାଚ ପରେ କେ.ଏଲ ରାହୁଲ କହିଛନ୍ତି, ପ୍ରଥମ ଇନିଂସ ପରେ ମୁଁ ଗାଧୋଇବା ଅଧ ଘଣ୍ଟା ବିଶ୍ରାମ କରିବାକୁ ଚିନ୍ତା କରୁଥିଲି କିନ୍ତୁ ମୋତେ ବ୍ୟାଟିଂ କରିବାକୁ ଆସିବାକୁ ପଡିଲା। ବିରାଟ ମୋତେ କହିଥିଲେ ଯେ, ଆମକୁ କିଛି ସମୟ ପାଇଁ ଏଠାରେ ଟେଷ୍ଟ କ୍ରିକେଟ ଭଳି ଖେଳିବାକୁ ପଡିବ। ଖୁସି ଯେ ମୁଁ ଦଳ ପାଇଁ ଭଲ ଖେଳିଛି । ଏହି ପିଚ୍‌ରେ ଦ୍ୱିପାକ୍ଷିକ ଗତି ଥିଲା। ବ୍ୟାଟିଂ ପାଇଁ ଏହା ବହୁତ ଭଲ ଉଇକେଟ ନ ଥିଲା। ମୁଁ ଭାବୁଛି କ୍ରିକେଟ ପାଇଁ ଏହା ଏକ ଭଲ ପିଚ ଥିଲା।

ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲିଆ ଦ୍ୱାରା ୨୦୦ ରନର ଲକ୍ଷ୍ୟର ଜବାବରେ ଭାରତୀୟ ଦଳ ଏକ ସମୟରେ ମାତ୍ର ଦୁଇ ରନରେ ୩ଟି ଉଇକେଟ ହରାଇଥିଲା। ରୋହିତ ଶର୍ମା, ଇଶାନ କିଶନ ଏବଂ ଶ୍ରେୟାସ ଆୟର କୌଣସି ରନ ସ୍କୋର ନ କରି ପାଭିଲିୟନକୁ ଫେରିଥିଲେ। ଏଠାରୁ ବିରାଟ କୋହଲି (୮୫) ଏବଂ କେ.ଏଲ ରାହୁଲ (୯୭)ଙ୍କ ମଧ୍ୟରେ ୧୬୫ ରନ ଭାଗିଦାରୀ ଭାରତକୁ ବିଜୟର ପଥ ଦେଖାଇଲା।

Related posts

ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଆରମ୍ଭ

ବିରାଟ, ରୋହିତ କଳି: ମଧ୍ୟସ୍ଥତା କରିବ ବିସିସିଆଇ

Odisha Sports Bureau

ଆଇଚର ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ

Odisha Sports Bureau