Cricket

କିଏ ଜିତିବ ତୃତୀୟ ଦିନିକିଆ, ଉଭୟ ଦଳ ୧-୧ସ୍ଥିତିରେ ରହିଛନ୍ତି

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ସିରିଜର ତୃତୀୟ ତଥା ଶେଷ ଦିନିକିଆ ଖେଳାଯିବ । ସିରିଜରେ ଉଭୟ ଦଳ ୧-୧ସ୍ଥିତିରେ ରହିଛନ୍ତି । ତେଣୁ ଆଜି ଖେଳାଯିବାକୁ ଥିବା ମୁକାବିଲା ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ମ୍ୟାଚ୍ ଯିଏ ଜିତିବ ସେ ସିରିଜକୁ କବଜା କରିବ ।

ତେବେ ଇନ୍ଦୋରରେ ଖେଳାଯିବାକୁ ଥିବା ମୁକାବିଲାରେ ୨୦୦୬ରୁ ଭାରତ ୭ଟି ମ୍ୟାଚ୍ ଖେଳିଛି । ସବୁ ମ୍ୟାଚରେ ଟିମ୍ ଇଣ୍ଡିଆ ବିଜୟୀ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଷ୍ଟାଡିୟମରେ ଗିଲ୍ ସେନାର ବିଜୟ ରେକର୍ଡ ୧୦୦ପ୍ରତିଶତ ବୋଲି ଆଶା କରାଯାଉଛି । ଫ୍ୟାନ୍ସମାନେ ଆଶା କରୁଛନ୍ତି ଯେ ତୃତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ଜିତିବ । ସିରିଜକୁ୨-୧ରେ ଦଖଲ କରିବ । ଭଦୋଦାରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଟିମ୍ ୪ ଓ୍ୱିକେଟରେ ଜିତିଥିଲା । କିନ୍ତୁ ରାଜକୋଟରେ ପରାସ୍ତ ହୋଇଛି । ଏବେ ଇନ୍ଦୋର ଉପରେ ଫ୍ୟାନ୍ସ ତଥା ଖେଳାଳିଙ୍କ ଆଖି ରହିଛି ।

Related posts

୨୦୨୪ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦର ଦାଇତ୍ୱ ନେବେ ପ୍ୟାଟ କମିନ୍ସ

୬ ଓ୍ଵିକେଟ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇଛି ସନରାଇଜର୍ସ ହାଇଦ୍ରାବାଦ

ଅଷ୍ଟ୍ରେଲିଆ ମହିଳା ଟିଭି ସାମ୍ବାଦିକାଙ୍କ ସହ ବିରାଟ କୋହଲୀଙ୍କ ଯୁକ୍ତିତର୍କ

Odisha Sports Bureau