Cricket

ଭୁବନେଶ୍ୱରୁ ଭାରତ ଓ ଇଂଲଣ୍ଡ ଖେଳାଳି ନେଇଛନ୍ତି ବିଦାୟ: ଅହମ୍ମଦାବାଦ ଅଭିମୁଖେ କଲେ ଯାତ୍ରା

ଭୁବନେଶ୍ୱର: ଓଡିଶାରୁ ବିଦାୟ ନେଲେ ଖେଳାଳି । ଭୁବନେଶ୍ୱରୁ ଭାରତ ଓ ଇଂଲଣ୍ଡ ଖେଳାଳି ନେଇଛନ୍ତି ବିଦାୟ । ବାରବାଟୀରେ ଦମଦାର ପ୍ରଦର୍ଶନ ପରେ ଅହମଦାବାଦ ଫେରୁଛନ୍ତି ଖେଳାଳି । ସ୍ବତନ୍ତ୍ର ବିମାନ ଯୋଗେ ଫେରିଗଲେ ଦୁଇ ଦଳ । ବାରବାଟୀ ଦ୍ବିତୀୟ ଦିନିକିଆ ଜିତିବା ସହ ସିରିଜ କବଜା କରିଛି ଟିମ ଇଣ୍ଡିଆ । ଅହମ୍ମଦାବାଦରେ ଅନ୍ତିମ ଦିନିକିଆ ଖେଳିବ ଭାରତ ।

ଭୁବନେଶ୍ବର ଛାଡ଼ିବା ପୂର୍ବରୁ ଖେଳାଳିଙ୍କ ଟିକେ ଝଲକ ପାଇବା ପାଇଁ ହୋଟେଲ ଆଗରେ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା । ଦ୍ବିତୀୟ ଦିନିକିଆ ଜିତିବା ପରେ ଫ୍ୟାନଙ୍କ ମୁହଁରେ ଭାରତୀୟ କ୍ରିକେଟରଙ୍କ ପ୍ରଶଂସା । ଚର୍ଚ୍ଚାରେ ହିଟ୍ ମ୍ୟାନ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକୀୟ ଇନିଂସ। ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚକୁ ୪ ୱିକେଟରେ ଜିତିବା ସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ କବଜା କରିଛି ଟିମ୍ ଇଣ୍ଡିଆ।

Related posts

କ୍ରିକେଟ ପରେ ଶିକ୍ଷକ ହେବେ ଧୋନୀ

ଅଭ୍ୟାସ ବେଳେ ରୋହିତ ଶର୍ମା ଆହତ

Odisha Sports Bureau

ଭାରତୀୟ କ୍ରିକେଟ ଟିମ୍ ଙ୍କ ଅଷ୍ଟେଲିଆ ଗ୍ରସ୍ତ

Odisha Sports Bureau