Cricket

ଆଜି ଠାରୁ ଆରମ୍ଭ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ

ନାଗପୁର : ଭାରତ-ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳା ଆସେସ୍ ସହ ତୁଳନୀୟ। ଏବଂ ଆସେସ୍ ଠାରୁ ମଧ୍ୟ ଏହି ଶୃଙ୍ଖଳା ବୃହତ । ଏହି ଶୃଙ୍ଖଳା ଗୁରୁବାର ଠାରୁ ଆରମ୍ଭ ହୋଇଛି । ଫାଷ୍ଟ ମ୍ୟାଚ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ନାଗପୁର ଠାରେ ଖେଳାଯିବ । ପୂର୍ବରୁ ଏବଂ ପରେ ମଧ୍ୟ ଉପମହାଦେଶରେ ଅଷ୍ଟ୍ରେଲିଆ ଭଲ ପ୍ରଦର୍ଶନ କରିଛନ୍ତି । ଏହା ଘରୋଇ ପାକିସ୍ତାନ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଥିବା ବେଳେ ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ୍ର ଟେଷ୍ଟ ଶୃଙ୍ଖଳାକୁ ଡ୍ର ରଖି ପାରିଥିଲା । ହେଲେ ଅଷ୍ଟ୍ରେଲିଆର ପ୍ରକୃତ ଅଗ୍ନିପରୀକ୍ଷା ହେବ ଘରୋଇ ଭାରତ ବିପକ୍ଷରେ ଖେଳିବା । ୨୦୧୬-୧୭ରୁ ଅଦ୍ୟାବଧି କ୍ରମାଗତ ୩ଟି ଟେଷ୍ଟ ଶୃଙ୍ଖଳା ଭାରତ ଜିତିପାରିଛି। ୨୦୧୬-୧୭ରେ ଭାରତ ଘରୋଇ ମାଟିରେ ଶୃଙ୍ଖଳା ଜିତିଥିଲା। ତେବେ ନିଜମାଟିରେ ଭାରତଠାରୁ କ୍ରମାଗତ ୨ଟି ଶୃଙ୍ଖଳା ହାରିବା ଅଷ୍ଟ୍ରେଲିଆ ପାଇଁ ଶକ୍ତ ଧକ୍କା ହୋଇଛି। ଏହାର ପ୍ରତିଶୋଧ ଲକ୍ଷ୍ୟରେ ଭାରତୀୟ ଦଳ ରହିଛି। ୬ ବର୍ଷ ହେଲା ବର୍ଡର-ଗାଭାସ୍କର ଟ୍ରଫି ଭାରତ ପାଖରେ ରହିଛି। ଘରୋଇମାଟିରେ ଭାରତ ଖେଳୁଥିବାରୁ କ୍ରମାଗତ ୪ ଥର ଭାରତ ଶୃଙ୍ଖଳା ଜିତିବାକୁ ଫେଭରିଟ୍। ଅନ୍ୟପକ୍ଷରେ ୧୯ ବର୍ଷ ପରେ ଭାରତରେ ଟେଷ୍ଟ ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ଅଷ୍ଟ୍ରେଲିଆ ରହିଛି ।

Related posts

ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡଙ୍କୁ କ୍ଷମା ମାଗିଲେ ବାଂଲାଦେଶର ବୋଲିଂ କୋଚ୍

Odisha Sports Bureau

ଆଇପିଏଲର ପ୍ଲେ ଅଫ ଦୌଡରୁ ବିଦା ହେଲା ପଞ୍ଜାବ କିଙ୍ଗସ

ବିଶ୍ୱ ଟେଷ୍ଟ ଚାମ୍ପିଅନ ଅଷ୍ଟ୍ରେଲିଆ

Leave a Comment