Cricket

ଭାରତକୁ ୨୭୭ ଟାର୍ଗେଟ , ଟସ ଜିତି ବୋଲିଙ୍ଗ ନିସ୍ପତି ନେଇଥିଲା ଭାରତ

ମୋହାଲି: ବିଶ୍ୱକପ୍‌ ପୂର୍ବରୁ ଆଜି ଫ୍ଲୋର୍ ଟେଷ୍ଟ ଦେଉଛି ଟିମ୍ ଇଣ୍ଡିଆ। ପଞ୍ଜାବ ମୋହାଲିର ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମ୍‌ରେ ଭାରତର ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତର୍ଜାତୀୟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଆରମ୍ଭ ହୋଇଯାଇଛି। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ବ୍ୟାଟିଂ କରିବାକୁ ଆସିଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ୱିକେଟ୍ ହରାଇଛି।ଆଜିର ମ୍ୟାଚରେ ଦମଦାର ବୋଲିଂ କରିଛନ୍ତି ଭାରତୀୟ ବୋଲର । ଫଳରେ ଅଷ୍ଟ୍ରେଲିଆ ଦଳ ୨୭୬ ରନରେ ଅଲଆଉଟ ହୋଇଯାଇଛି । ଏବେ ଭାରତ ଆଗରେ ୨୭୭ ରନର ଟାର୍ଗେଟ ରହିଛି । ଏହି ମ୍ୟାଚ ଜିତିବାକୁ ହେଲେ ଭାରତକୁ ଏହି ବିଜୟ ଲକ୍ଷ୍ୟ ପୂରଣ କରିବାକୁ ହେବ ।

 ପ୍ରଥମ ଓଭରର ୪ ବଲ୍‌ରେ ମିଚେଲ ମାର୍ଶ(୪ ବଲ୍ ୪ ରନ୍)ଙ୍କ ୱିକେଟ୍ ନେଇଛନ୍ତି ଦ୍ରୁତ ବୋଲର ମହମ୍ମଦ ଶାମି। ଏହାପରେ ୧୮.୨ ବଲ୍‌ରେ ଡେଭିଡ୍ ୱାର୍ଣ୍ଣର୍‌(୫୩ ବଲ୍ ୫୨ ରନ୍)ଙ୍କ ୱିକେଟ୍ ଯାଇଛି। ରବିନ୍ଦ୍ର ଜାଡେଜା ଶୁଭ୍‌ମନଙ୍କ ହାତରେ କ୍ୟାଚ୍‌ ଦେଇ ୱାର୍ଣ୍ଣରଙ୍କୁ ଆଉଟ୍ କରିଥିଲେ। ଖବର ଲେଖାଯିବା ସୁଦ୍ଧା ଅଷ୍ଟ୍ରେଲିଆ ୨୦ ଓଭର ଖେଳି ୨ ୱିକେଟ ହରାଇବା ସହ ୧୦୭ ରନ୍ କରି ଥିଲା କଙ୍ଗାରୁ ଟିମ । ମହମ୍ମଦ ଶାମି ୫ୱିକେଟ ନେଇଛନ୍ତି । ଜସପ୍ରିତ ବୁମରା, ଅଶ୍ୱିନ ଏବଂ ଜାଡେଜା ଗୋଟିଏ ଲେଖାଏ ୱକେଟ ନେଇଛନ୍ତି । ଭାରତକୁ ୨୭୭ ଟାର୍ଗେଟ ।

ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳରେ ୫ଟି ବଡ଼ ପରିବର୍ତ୍ତନ କରାଯାଇଛି। ରୁତୁରାଜ ଗାଇକୱାଡ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ରବିଚନ୍ଦ୍ରନ ଅଶ୍ୱିନ ଓ ମହମ୍ମଦ ଶାମି ଟିମ୍‌କୁ ଫେରିଛନ୍ତି। ତେବେ ଅଫ୍ ସ୍ପିନର ୱାଶିଂଟନ ସୁନ୍ଦରଙ୍କୁ ସାମିଲ୍ କରାଯାଇ ନାହିଁ।

Related posts

ଓଡିଶା – ହରିୟାଣା ରଣଜୀ ମ୍ୟାଚ

Odisha Sports Bureau

୨୦୦ତମ ମ୍ୟାଚ୍ ଖେଳି ରେକର୍ଡର ଅଧିକାରୀ ମିତାଲି

Odisha Sports Bureau

ଚଳିତ ମାସ ୧୪ ତାରିଖରୁ ବିସିସିଆଇ ଦିନିକିଆ ଲିଗ,ସାମିଲ ହେଲେ ଅର୍ଜୁନ

Odisha Sports Bureau