Cricket

ନୂଆ ବର୍ଷରେ ନୂଆ ବିଜୟର ଖାତା ଖୋଲିଛି ଭାରତ

ମୁମ୍ବାଇ: ନୂଆ ବର୍ଷରେ ନୂଆ ବିଜୟର ଖାତା ଖୋଲିଛି  ଭାରତ | ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି  ପ୍ରଥମ ଟି -୨୦ ମ୍ୟାଚ |   ରୋହିତ ଶର୍ମା, ବିରାଟ କୋହଲି ଓ ଲୋକେଶ ରାହୁଲଙ୍କୁ ବାଦ ଦେଇଥିଲା  ଦଳ |  ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ରାତି ୭ଟାରେ ଖେଳାଯାଇଛି  ମ୍ୟାଚ୍ ।ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ନେତୃତ୍ୱରେ ତିନି ଟିକିଆ ଟି-୨୦ ସିରିଜ୍ ଖେଳିଛି  ଦଳ । ନୂଆ ଖେଳାଳି, ନୂଆ ଟିମ୍ ଓ ନୂଆ ମ୍ୟାନେଜମେଣ୍ଟ ସହ ଭାରତର ଟି-୨୦ର ଅଭିଯାନ ଆରମ୍ଭ ହୋଇଛି  ।ସେପଟେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ଭାରତର ଭାଗ୍ୟ ନିର୍ଭର କରୁଥିବା ବେଳେ ଶ୍ରୀଲଙ୍କାକୁ ୨ ରନରେ ପରାସ୍ତ କରିଛି ଭାରତ ।

ପ୍ରଥମ ଟି-୨୦ରେ ତିନି ଟିକିଆ ସିରିଜର ପ୍ରଥମ ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଆରମ୍ଭ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ୱେ ଭାରତ ନିର୍ଦ୍ଧାରିତ ଓଭରରେ ୫ ଓ୍ୱିକେଟ ହରାଇ ୧୬୨ ରନ୍ କରିବାରେ ସଫଳ ହୋଇଥିଲା । ଭାରତ ପକ୍ଷରୁ ଅଲରାଉଣ୍ଡର ଦୀପକ ହୁଡ୍ଡା ୪୧ ରନ କରିଥିବାବେଳେ ଅକ୍ଷର ପଟେଲ ୩୧ ରନ କରିଥିଲେ । ଭାରତ ପକ୍ଷରୁ ଏହି ମ୍ୟାଚରେ ଡେବ୍ୟୁ କରିଥିବା ଦ୍ରୁତ ବୋଲର ଶିଭମ ମାଭି ୪ ଓ୍ୱିକେଟ ନେଇଥିବାବେଳେ ଉମ୍ରାନ ମଲ୍ଲିକ ଓ ହର୍ଷଲ ପଟେଲ ଦୁଇଟି ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ ।୨୦ ଓଭରରେ ସମସ୍ତ ଓ୍ୱିକେଟ ହରାଇ ୧୬୦ ରନ କରିଥିଲେ । ଯାହାଫଳରେ ଭାରତ ଏହି ମ୍ୟାଚକୁ ୨ ରନର ବିଜୟଲାଭ କରିଥିଲା ।

Related posts

ଷ୍ଟୁଆର୍ଟ ବ୍ରଡ ସହିତ ଭାଇରାଲ ଫଟୋରେ ଜେମ୍ସ ଆଣ୍ଡରସନ

ଶୋଏବଙ୍କ ସହ ଛାଡପତ୍ର ପରେ ପ୍ରଥମ ଇନଷ୍ଟାଗ୍ରାମ ପୋଷ୍ଟ ସେୟାର କଲେ ସାନିଆ ମିର୍ଜା

Odisha Sports Bureau

ମ୍ୟାଚ୍ ଖେଳିବା ବେଳେ ଲିୟୋନଙ୍କ ଡାହାଣ ପାଦରେ ଲାଗିଲା ଆଘାତ; ଅପଡେଟ ଦେଲେ ଷ୍ଟିଭ୍ ସ୍ମିଥ୍

Odisha Sports Bureau