Cricket

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ । ଲକ୍ଷ୍ନୌର ଏକନ୍ନା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଦଳ ।  ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜ୍ ରେ ୨-୧ରେ ଆଗୁଆ ରହିଥିବ ବେଳେ ଆଜିର ମ୍ୟାଚ ଜିତି ସିରିଜ୍ କବଜା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଟେଷ୍ଟ୍ ଶୃଙ୍ଖଳାକୁ ୦-୨ରେ ହାରିବା ଏବଂ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତିଥିବା ଭାରତ ଏହି ଶୃଙ୍ଖଳାକୁ ୪-୧ରେ ଜିତିଲେ ସମ୍ମାନ ରଖିପାରିବ । ସେହିପରି ଦକ୍ଷିଣ ଆଫ୍ରିକା ମଧ୍ୟ ମ୍ୟାଚ୍ ଜିତି ସିରିଜକୁ ବରାବର କରିବା ପାଇଁ ଚେଷ୍ଟା କରିବ । ତେବେ ଆଜିର ମ୍ୟାଚ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ ଝଟକା । ସିରିଜରୁ ବାଦ୍ ପଡିଲେ ଅଲରାଉଣ୍ଡର ଅକ୍ଷର ପଟେଲ । ତାଙ୍କ ସ୍ଥାନରେ ଶାହବାଜ ଅହମ୍ମଦଙ୍କୁ ଦଳରେ ସାମିଲ କରାଯାଇଛି । ବିସିସିଆଇ ସିରିଜ୍ ରୁ ଅକ୍ଷର ପଟେଲଙ୍କ ବାଦ୍ ପଡିବା ନେଇ ଘୋଷଣା କରିଛି ।

India Vs South Africa: నేడు దక్షిణాఫ్రికాతో మూడో T20.. | Prime9 News

Related posts

ଜୁନ ୧୨ ରୁ ଜୁନ ୨୮ ଯାଏଁ ଓଡ଼ିଶା ଟି ଟ୍ୱେଣ୍ଟି କ୍ରିକେଟ ଲିଗ

୨୦୨୬ରେ ରୋହିତ ଏବଂ ବିରାଟ: ୨୦୨୬ରେ ରୋହିତ ଏବଂ ବିରାଟଙ୍କୁ କେତେ ସୁଯୋଗ ମିଳିବ?

Odisha Sports Bureau

IND vs NZ ODI: ଦ୍ଵିତୀୟ ଦିନିଆରେ କାହିଁକି ହାରିଲା ଭାରତ

Odisha Sports Bureau