Cricket

ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଆରମ୍ଭ

ଭୁବନେଶ୍ୱର: ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ ଖେଳିସାରିବା ପରେ ଆସନ୍ତା ୨୦୨୩-୨୫ ପାଇଁ ବୁଧବାରଠୁ ଭାରତୀୟ ଦଳ ଅଭିଯାନ ଆରମ୍ଭ କରିବ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯିବାକୁ ଥିବା ଏହି ପ୍ରଥମ ଟେଷ୍ଟ୍ ଡୋମିନିକାର ରୋସିୟୁରେ ଆରମ୍ଭ ହେବ। ରୋହିତ ଶର୍ମା, ଶୁବମନ ଗିଲ୍ ଓପନ କରିବେ । ଏହି ଟେଷ୍ଟ ଜରିଆରେ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ୍ ପଦାର୍ପଣ କରିବା ସମ୍ଭାବନା ଅଧିକ ରହିଛି। ଭାରତୀୟ ଟିମରେ ତିନି ନମ୍ବର ସ୍ଥାନରେ ଖେଳିପାରନ୍ତି ଯଶସ୍ୱୀ ଜୟସ୍ୱାଲ । ଅନ୍ୟପକ୍ଷରେ ଦିନିକିଆ ବିଶ୍ବକପ୍ ଯୋଗ୍ୟତା ଅର୍ଜନରୁ ନିରାଶ କରିବା ପରେ ୱେଷ୍ଟଇଣ୍ଡିଜ୍କୁ ବିଶ୍ବ କ୍ରିକେଟ୍ରେ ନିଜର ଅସ୍ତିତ୍ବ ଜାହିର ପାଇଁ ଏହା ପ୍ରଥମ ସୁଯୋଗ। ଏଭଳି ସ୍ଥିତିରେ ଭାରତୀୟ ଦଳକୁ କିଛି ଆହ୍ବାନର ସାମ୍ନା କରିବାକୁ ପଡ଼ିପାରେ।

Related posts

ଟେଷ୍ଟରେ ଡେବ୍ୟୁ କରିବା ପରେ ମା’କୁ ଫୋନ କରି ଭାବବିହ୍ୱଳ

DC ବିକକ୍ଷରେ ଖେଳିବେ କି ଧୋନି? CSK ର ଦୁର୍ବଳ ପରିସ୍ଥିତି ମଧ୍ୟରେ ଆହତ ସମସ୍ୟା ଚିନ୍ତା ବଢ଼ାଇଲା

ପୁରୁଷ ଏବଂ ମହିଳା ପ୍ଲେୟାର ଅଫ୍ ଦି ମନ୍ଥ ପାଇଁ ୩ ଖେଳାଳିଙ୍କୁ ମନୋନୀତ କରିଛି ଆଇସିସି; ଇଂଲଣ୍ଡ ଏବଂ ଅଷ୍ଟ୍ରେଲୀୟ ଖେଳାଳିଙ୍କ ଆଧିପତ୍ୟ

Odisha Sports Bureau