Uncategorized

ଭାରତ ୨୦୩୬ ମସିହା ଅଲିମ୍ପିକ୍ସ କ୍ରୀଡ଼ାର ଆୟୋଜନ ପାଇଁ ଆବେଦନ କରିବ

ନୂଆଦିଲ୍ଲୀ : ଭାରତ ୨୦୩୬ ମସିହା ଅଲିମ୍ପିକ୍ସ କ୍ରୀଡ଼ାର ଆୟୋଜନ ପାଇଁ ଆବେଦନ କରିବ । ଏହି ସଂମ୍ପର୍କରେ ଆଇ.ଓ.ସି ପାଖରେ ଆବେଦନ କରାଯିବ । ଆଇଓସିର ବୈଠକ ୨୦୨୩ ସେପ୍ଟେମ୍ବର ମାସରେ ହେବ ଅନୁଷ୍ଠିତ । ଆଉ ସେହି ସମୟରେ ଭାରତ ପକ୍ଷରୁ ହୋଷ୍ଟିଂ ଅଧିକାରୀମାନେ ଆବେଦନ କରାଯିବ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର । ସେ କହିଛନ୍ତି, ସରକାର ପୂର୍ଣ୍ଣ ସମର୍ଥନ କରିବେ ଭାରତୀୟ ଅଲିମ୍ପିକ ଆସୋସିଏସନର ହୋଷ୍ଟିଂ ଆବେଦନକୁ । ଗୁଜରାଟର ଅହମଦାବାଦରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ଚେଷ୍ଟା କରାଯିବ । କାରଣ ଅହମଦାବାଦରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ରହିଛି । ଭାରତ ପୂର୍ବରୁ ୧୯୮୨ ଏସିଆନ ଗେମ୍ସ ଓ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିଥିଲା । ଏବେ ଦେଶ ଅଲିମ୍ପିକ୍ସ ଆୟୋଜନ କରିବାକୁ ଚାହୁଁଛି । ଯଦି ଭାରତ ଜି-୨୦ କାର୍ୟ୍ୟକ୍ରମକୁ ଏତେ ଭବ୍ୟର ସହ ଭାବେ ଆୟୋଜନ କରିପାରୁଛି, ତା’ହେଲେ ମୁଁ ନିଶ୍ଚିତ ଯେ ସରକାର ଆଇଓଏ ପକ୍ଷରୁ ଆବେଦନ ହେବାକୁ ଥିବା ଅଲିମ୍ପିକ୍ସ ହୋଷ୍ଟିଂ ଅଧିକାରୀଙ୍କୁ ମଧ୍ୟ ପୂର୍ଣ୍ଣ ସମର୍ଥନ କରିବେ।

 

Related posts

ଟେନିସ ମିକ୍ସଡ୍ ଡବଲ୍ସରେ ଭାରତକୁ ମିଳିଲା ସ୍ବର୍ଣ୍ଣ

Odisha Sports Bureau

ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି

Odisha Sports Bureau

ପୂର୍ବତନ ଅଲିମ୍ପିଆନ୍ ଫୁଟବଲର୍ ନିଖିଲ ନନ୍ଦୀଙ୍କ ବିୟୋଗ

Odisha Sports Bureau