Cricket

ପାକିସ୍ତାନ ଲେଖା ଜର୍ସି ପିନ୍ଧି ଏସିଆ କପ ଖେଳିବ ଭାରତ

ବ୍ୟୁରୋ: ଚଳିତ ମାସରେ ଆରମ୍ଭ ହେବ ଏସିଆ କପ୍ । ଏସିଆ କପ ଅଗଷ୍ଟ ୩୦ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ।ଏଥର ହାଇବ୍ରିଡ ମଡେଲରେ ଏସିଆ କପ ଖେଳାଯାଉଥିବାରୁ, ଉଭୟ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଏସିଆ କପ ଖେଳାଯିବ । ଆଉ ଟିମ ଇଣ୍ଡିଆ ଜର୍ସିରେ ଲେଖାଯିବ ପାକିସ୍ତାନ ।

ଏସିଆ କପ ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ସହ ଶ୍ରୀଲଙ୍କାରେ ଖେଳାଯାଉଥିବାରୁ ଟିମ ଇଣ୍ଡିଆ ଜର୍ସିରେ ପାକିସ୍ତାନ ଲେଖାଯିବ । ପ୍ରଥମ ଥର ପାଇଁ ଇଣ୍ଡିଆ ଜର୍ସିରେ ପାକିସ୍ତାନ ଲେଖାଯିବ । ଏସିଆ କପରେ ଭାରତ ସହିତ ପାକିସ୍ତାନ ଏବଂ ନେପାଳ ଗୋଟିଏ ଗୃପରେ ଅଛନ୍ତି । ସେପ୍ଟେମ୍ବର ୨ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା ଖେଳାଯିବ ।

ଏନେଇ ବିଧିବଦ୍ଦ ଭାବେ କୌଣସି ସୂଚନା ଦିଆଯାଇନଥିବା ବେଳେ, ମିଡିଆ ରିପୋର୍ଟସ ଅନୁସାରେ ଏପରି ଦାବି କରାଯାଇଛି । ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଏକ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଟିମ୍ ଇଣ୍ଡିଆ ଜର୍ସିରେ ପାକିସ୍ତାନ ଲେଖାଅଛି ।

 

Related posts

ଆଫଗାନିସ୍ତାନକୁ ପରାସ୍ତ କରି ସେମିଫାଇନାଲ ଲକ୍ଷରେ ଅଷ୍ଟ୍ରେଲିଆ

Odisha Sports Bureau

ଅଲଗା ହେବେ କି ଷ୍ଟାର୍‌ ଦମ୍ପତି କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ‌ଷ୍ଟୋନ୍‌କୋଭିକ୍‌

କେକେଆରରେ ଯୋଗ ଦେଇପାରନ୍ତି ଗୌତମ ଗମ୍ଭୀର; କ୍ୟାପଟେନ ନୀତୀଶ ରାଣା ଦେଲେ ସୂଚନା

Odisha Sports Bureau