Uncategorized

ମହିଳା ଦିନିକିଆ ବିଶ୍ୱକପ୍‌ ଲାଗି ଭାରତୀୟ ଦଳ ଘୋଷିତ ହୋଇଛି

ନୂଆଦିଲ୍ଲୀ:- ସେପ୍ଟେମ୍ବର ୩୦ ତାରିଖରୁ ଆରମ୍ଭ ହୋଇଯିବ ମହିଳା ବିଶ୍ୱକପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ମହିଳା ଦିନିକିଆ ବିଶ୍ବକପ୍ ଲାଗି ମଙ୍ଗଳବାର ଭାରତୀୟ ଦଳ ଘୋଷିତ ହୋଇଛି । ସୁସ୍ଥ ହୋଇଥିବାରୁ ପେସ୍‌ ବୋଲର ରେଣୁକା ସିଂହ ଓ ଅଲ୍‌ରାଉଣ୍ଡର ଅମନଜୋତ କୌର ଦଳକୁ ଫେରିଛନ୍ତି । ତେବେ ଗତ ବର୍ଷେ ହେଲା ଭାରତୀୟ ମହିଳା ଦିନିକିଆ ଦଳରେ ସ୍ଥାନ ପାଇନଥିବା ଓପ୍‌ନର ଶେଫାଳି ବର୍ମାଙ୍କୁ ସ୍ଥାନ ମିଳିନାହିଁ । ଇଂଲଣ୍ଡ ଗସ୍ତରେ ଭାରତୀୟ ଦିନିିକିଆ ଦଳରେ ଥିବା ତେଜଲ ହସ୍‌ନବିସ ଓ ସୟାଲି ସାତ୍‌ଘରେ ଦଳରୁ ବାଦ୍‌ ପଡ଼ିଛନ୍ତି । ହର୍ମନପ୍ରୀତ କୌରଙ୍କୁ ଅଧିନାୟିକା ଏବଂ ସ୍ମୃତି ମନ୍ଧାନାଙ୍କୁ ଉପ ଅଧିନାୟିକା ନିଯୁକ୍ତ କରାଯାଇଛି।

Women's World T20: Meet Harmanpreet Kaur-led India's 15-member squad

ଘୋଷିତ ହୋଇଥିବା ଭାରତୀୟ ଦଳ: ହର୍ମନପ୍ରୀତ୍ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପ ଅଧିନାୟିକା), ପ୍ରତୀକା ରାୱଲ, ହର୍ଲିନ ଦେଓଲ, ଦୀପ୍ତି ଶର୍ମା,‌ ଜେମିମା ରଡ୍ରିଗ୍ବେଜ୍‌, ରେଣୁକା ସିଂହ ଠାକୁର, ଅରୁନ୍ଧତି ରେଡ୍ଡୀ, ରିଚା ଘୋଷ (ୱିକେଟକିପର୍‌), କ୍ରାନ୍ତି ଗୌଡ଼, ସାୟଲି ସଟଘାରେ/ଅମନଜୋତ କୌର, ରାଧା ୟାଦବ, ଶ୍ରୀ ଚରଣୀ, ୟାସ୍ତିକା ଭାଟିଆ (ୱିକେଟକିପର), ସ୍ନେହ ରାଣା।

Related posts

ଏସୀଆ କ୍ରୀଡାରେ ପଦକ ତାଲିକାରେ ଷଷ୍ଠ ସ୍ଥାନରେ ଭାରତ

Odisha Sports Bureau

ରାଜଧାନୀର ଜଣାଶୁଣା ଆବାସିକ କମ୍ପେ୍ଲକ୍ସ ‘ଜେଡ଼୍ ୱାନ୍‌’ ପରିସରରେ ଏକ ସଂପୂର୍ଣ୍ଣ ଅତ୍ୟାଧୁନିକ କ୍ରୀଡ଼ା ପରିସର ‘କ୍ଳବ ଅମ୍ବର’ ଉଦ୍‌ଘାଟିତ

ଭିନେଶ ଫୋଗଟ ଡିସ୍ କ୍ୱାଲିଫାଏଡ : ପ୍ରବୋଧନା ଦେଲେ ପ୍ରଧାନମନ୍ତ୍ରୀ

Odisha Sports Bureau