Uncategorized

ଏସୀଆ କ୍ରୀଡାରେ ପଦକ ତାଲିକାରେ ଷଷ୍ଠ ସ୍ଥାନରେ ଭାରତ

ବ୍ୟୁରୋ: ହ୍ୱାଙ୍ଗଝୋରେ ଚାଲିଥିବା ଏସୀଆ କ୍ରୀଡାରେ ସୁଟିଂରେ ଭାରତକୁ ଦୁଇଟି ସ୍ୱର୍ଣ୍ଣ , ଦୁଇଟି ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ପଦକ ହସଲ କରିଛି । ତା ସହିତ ମହିଳା ୫୦ ମିଟର ରାଇଫଲ ୩-ସ୍ଥାନ ବିଶିଷ୍ଟ ବ୍ୟକ୍ତିଗତ ଇଭେଣ୍ଟରେ ସିଫତ କୌର ସମର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ଆଶି ବ୍ରୋଞ୍ଜ ଜିତିଥିବା ବେଳେ ୫୦ ମିଟର ୩-ସ୍ଥାନ ବିଶିଷ୍ଟ ବିଶିଷ୍ଟ ଦଳୀୟ ଇଭେଣ୍ଟରେ ଭାରତୀୟ ଦଳ ରୌପ୍ୟ ପଦକ ହାସଲ କରିଛି । ଏହା ପୂର୍ବରୁ ମନୁ ଭାକର, ଇଶା ସିଂ ଏବଂ ରିଦମ ସାଙ୍ଗୱାନଙ୍କ ଦଳ ୨୫ ମିଟର ପିସ୍ତଲ ଦଳୀୟ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ମହିଳା ଏକକ ୨୫ ମିଟର ପିସ୍ତଲ ଇଭେଣ୍ଟରେ ଇଶା ସିଂ ରୌପ୍ୟ ପଦକ ଜିତିଥିଲେ। ପୁରୁଷ ଦଳ ଅନନ୍ତ ନରୁକା, ଗୁରଜୋତ ସିଂ ଏବଂ ଅଙ୍ଗଦ ବାଜୱା ସ୍କିଟ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଭାରତ ପାଇଁ ୧୯ତମ ପଦକ ହାସଲ କରିଛନ୍ତି। ନୌକା ଚାଳନାରେ ବିଷ୍ଣୁ ସରଭନନ୍ ବ୍ରୋଞ୍ଜ ପଦକ ଜିତିଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତ ମୋଟ ପାଞ୍ଚଟି ସ୍ୱର୍ଣ୍ଣ, ସାତଟି ରୌପ୍ୟ ଏବଂ ୧୦ଟି ବ୍ରୋଞ୍ଜ ସମେତ ମୋଟ ୨୨ଟି ପଦକ ହାସଲ କରିଛି । ତେବେ ଭାରତ ପଦକ ତାଲିକାରେ ଷଷ୍ଠ ସ୍ଥାନରେ ରହିଛି।

Related posts

ଏସୀୟ କ୍ରୀଡ଼ା ୨୦୨୩: ଭାରତକୁ ପିସ୍ତଲ୍‌ ଚାଳନାରେ ସ୍ବର୍ଣ୍ଣ ଓ ରାଇଫଲ୍‌ରେ ରୌପ୍ୟ ପଦକ

Odisha Sports Bureau

ବିଶ୍ୱ ପୁଲିସ ଓ ଫାୟାର କ୍ରୀଡ଼ାରେ ଚିନ୍ମୟୀଙ୍କୁ ଦୁଇ ସ୍ୱର୍ଣ୍ଣ

Odisha Sports Bureau

ଗୋଟିଏ ପାଳିରେ ୪୨୭ ରନ୍‌, ୩୬୪ ରନ୍‌ର ବିଜୟ

Odisha Sports Bureau