Hockey

ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳ ପରାଜୟରୁ ଅଭିଯାନ ଆରମ୍ଭ କରିଛି

ଭୁବନେଶ୍ବର: ପରାଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ମହିଳା ହକି ଦଳ | ଅଷ୍ଟ୍ରେଲିଆ ଗସ୍ତରେ ଦଳ |ଗୁରୁବାର ଆଡିଲେଡ୍‌ରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ହାରିଯାଇଥିଲା ସବିତାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ | ୨-୪ରେ ଅଷ୍ଟ୍ରେଲିଆଠୁ ହାରିଯାଇଥିଲା ଦଳ | ମ୍ୟାଚ୍‌ର ପ୍ରଥମ କ୍ବାର୍ଟର ଗୋଲ୍‌ ଶୂନ୍ୟ ରହିଥିଲା। ହେଲେ ଦ୍ବିତୀୟ କ୍ବାର୍ଟରରେ ୩ ଗୋଲ୍‌ ଦେଖିବାକୁ ମିଳିଥିଲା। ଆଇସ୍ଲିଂ ଉଟ୍ରି (୨୧ ମିନିଟ୍‌) ଓ ମାଡି ଫିଜପାଟ୍ରିକ (୨୭ ମିନିଟ୍‌)ଙ୍କ ଗୋଲ୍‌ରେ ଘରୋଇ ଦଳ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ୨୯ତମ ମିନିଟ୍‌ରେ ସଙ୍ଗୀତା କୁମାରୀଙ୍କ ଗୋଲ୍‌ ବଳରେ ଭାରତ ଦ୍ବିତୀୟ କ୍ବାର୍ଟର ସୁଦ୍ଧା ସ୍ଥିତି ୧-୨ କରିଥିଲା। ତୃତୀୟ କ୍ବାର୍ଟରର ପ୍ରଥମ ୫ ମିନିଟ୍‌ରେ ଆଲିସ ଆର୍ନୋଟ (୩୨ ମିନିଟ୍‌) ଓ କର୍ଟନୀ ସ୍କୋନେଲ (୩୫ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେବାରୁ ଘରୋଇ ଦଳ ୪-୧ରେ ଆଗୁଆ ହୋଇଥିଲା। ୪୦ତମ ମିନିଟ୍‌ରେ ଭ୍ରମଣକାରୀ ଦଳର ଶର୍ମିଳା ଦେବୀ ଗୋଟିଏ ଗୋଲ୍‌ ଶୁଝି ଦେଇଥି‌ଲେ। ଚତୁର୍ଥ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେ‌ଷ ହୋଇଥିଲା। ଉଭୟ ଦଳ ପରବର୍ତ୍ତୀ ମ୍ୟାଚ୍‌ ଶନିବାର ଖେଳିବେ।

Related posts

ଜାପାନକୁ ୩୫-୧ରେ ହରାଇଲା ଭାରତ

Odisha Sports Bureau

ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି ଗ୍ରାହାମ ରିଡ୍

Odisha Sports Bureau

ଓଡ଼ିଶା ମହିଳା ହକି ଦଳ ସେମିରେ ପ୍ରବେଶ

Odisha Sports Bureau