Cricket

ଆଉ କିଛି କ୍ଷଣ ପରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ଚଳିତ ଆଇପିଏଲ୍‌ର ୬୫ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚ୍‌ ସନରାଇଜର୍ସ ଦଳ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ୧୨ଟି ମ୍ୟାଚ୍‌ ଖେଳି ସନରାଇଜର୍ସ ୫ ବିଜୟ ସହ ମୋଟ୍‌ ୧୦ ପଏଣ୍ଟ ହାସଲ କରିଛି । ଶେଷ ୨ଟି ମ୍ୟାଚ୍‌କୁ ବଡ ବ୍ୟବଧାନରେ ଜିତି ରନ୍‌ ରେଟ୍‌ ଉନ୍ନତି କରିପାରିଲେ ସନରାଇଜର୍ସର ପ୍ଲେ-ଅଫ୍‌ ସମ୍ଭାବନା ରହିବ। ନଚେତ ମ୍ୟାଚ୍ ପରାଜୟ ସହ ସବୁ ସ୍ୱପ୍ନ ମଉଳି ଯିବ ।

ଅନ୍ୟପକ୍ଷେ, ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ-ଅଫ୍‌ ଦୌଡରୁ ବାଦ ପଡ଼ି ସାରିଛି । ପୂର୍ବ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସ ଏହି ପ୍ଲେ-ଅଫ୍‌ ଦୌଡରୁ ବଞ୍ଚିତ ହୋଇଥିଲା । ଦଳରେ ଆହତ ସମସ୍ୟା ଓ ଫର୍ମ ହାନୀ ଲାଗି ରହିଥିଲେ ହେଁ ମୁମ୍ବାଇ ଇଣ୍ଡିଆନ୍ସ ଏକ ସନ୍ତୁଳିତ ଏକାଦଶ ପ୍ରସ୍ତୁତ କରିବା ଆଶା କରାଯାଉଛି । ଟିମ୍‌ ଡେଭିଡ୍‌ ଫର୍ମକୁ ଫେରିଛନ୍ତି । ଅନ୍ୟପକ୍ଷେ, ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବାର କ୍ଷମତା ଦଳ ନିକଟରେ ରହିଛି । ଆଜିର ମ୍ୟାଚ୍‌ରେ ରୋହିତ ବାହିନୀର ପଲା ଭାରି ରହିବା ଆଶା କରାଯାଉଛି।

Related posts

ଶେଷ ଦିନିକିଆ ମ୍ୟାଚ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

Odisha Sports Bureau

ଭାରତକୁ ହରାଇବାକୁ ଦକ୍ଷିଣ ଆଫ୍ରିକାର ରଣନୀତି, ବ୍ୟାଟିଂ କୋଚ ହେଲେ କ୍ଲୁଜନର

Odisha Sports Bureau

ଧୋନିଙ୍କ ଦେଶଭକ୍ତିକୁ ସାଲ୍ୟୁଟ କଲେ ୱେଷ୍ଟଇଣ୍ଡିଜ ବୋଲର କଟ୍ରେଲ