Cricket

ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ

ମୁମ୍ବାଇ: ଆଇପିଏଲ୍‌ ମ୍ୟାଚ୍‌ରେ ଆଜି ଦେଖିବାକୁ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ କଡ଼ା ଟକ୍କର । ମ୍ୟାଚ୍‌କୁ ନେଇ ଉଭୟ ଦଳ ଆରମ୍ଭ କରିଛନ୍ତି ଜୋରଦାର ପ୍ରସ୍ତୁତି । ପ୍ରଥମ ୨ଟି ମ୍ୟାଚ୍‌ରେ ପରାଜିତ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ । ଆଜି ବିଜୟ ଲକ୍ଷ୍ୟରେ ମଇଦାନକୁ ଓଲ୍ହାଇବ । ବୋଲିଂ ବିଭାଗକୁ ନେଇ ବଢି ଚାଲିଛି ଦଳର ଚିନ୍ତା । ସେପଟେ ୩ଟି ମ୍ୟାଚ୍‌ରୁ ୨ଟି ମ୍ୟାଚରେ ବିଜୟୀ ହୋଇ ସାରିଛି କୋଲକାତା ନାଇଟ୍‌ ରାଇଡର୍ସ। ଶିଖର ଛୁଇଁଛି କେକେଆର ଦଳର ମନୋବଳ । ନାଇଟ୍‌ ରାଇଡର୍ସକୁ ହରାଇବାକୁ ପାଇଁ ଆଜି ମଇଦାନରେ ମୁମ୍ବାଇ ଇଣ୍ଡିଆନ୍ସକୁ ଉଭୟ ବ୍ୟାଟିଂ ଓ ବୋଲିଂରେ କରିବାକୁ ପଡ଼ିବ କଡ଼ା କସରତ ।

ତେବେ ନାଇଟ୍‌ ରାଇଡର୍ସ ୩ଟି ମ୍ୟାଚ୍‌ରୁ ୨ଟିରେ ବିଜୟୀ ହୋଇ ସାରିଛି । ଯାହା ଫଳରେ ଆଜିର ମ୍ୟାଚରେ ଦଳ ବିଜୟ ହାସଲ କରି ବିଜୟ ଅଭିଯାନ ଜାରି ରଖିବ । ସେହିଭଳି ପ୍ୟାଟ୍‌ କମିନ୍ସଙ୍କର ମଧ୍ୟ ଖେଳିବାର ସମ୍ଭାବନା ରହିଛି । ଫଳରେ ନାଇଟ୍‌ ରାଇଡର୍ସର ବୋଲିଂ ବିଭାଗର ଶକ୍ତି ଦ୍ୱିଗୁଣିତ ହେବ । ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ ଅନ୍ୟ ସବୁ ଦଳର ଚିନ୍ତା ବଢାଇ ଦେଇଛି । ଆସନ୍ତା କାଲି ସୂର୍ଯ୍ୟକୁମାର ଯାଦବ ଖେଳିବା ଆଶା କରାଯାଉଛି । ସୂର୍ଯ୍ୟଙ୍କ ଉପସ୍ଥିତି ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ ବିଭାଗକୁ ସଦୃଢ କରିବ ।ମୁମ୍ବାଇ ଦଳରେ ଇଶାନ କିଷନ ଓ ତିଳକ ବର୍ମା ଫର୍ମରେ ରହିଛନ୍ତି । କେବଳ ରୋହିତ ଶର୍ମା ସଫଳ ହେଲେ ମୁମ୍ବାଇ ଇଣ୍ଡିଆନ୍ସ ସହଜରେ ବିଶାଳ ସ୍କୋର ସଂଗ୍ରହ କରିପାରିବ ।

ଅନ୍ୟପକ୍ଷେ  ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଦ୍ୱିତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଠାରୁ ପରାଜିତ ହୋଇଥିଲା । ପ୍ରଥମ ମ୍ୟାଚରେ ଡେଥ୍‌ ବୋଲିଂରେ ତ୍ରୁଟି କାରଣରୁ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ହାତଛଡ଼ା କରିଥିଲା । ଦ୍ୱିତୀୟ ମ୍ୟାଚରେ ଇଶାନ କିଷନ ଓ ତିଳକ ବର୍ମା ଅର୍ଦ୍ଧଶତକ ଅର୍ଜନ କରି ବିଜୟ ଆଶା ସଂଚାର କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଧରାଶାୟୀ ହୋଇଥିଲା ।ନାଇଟ୍‌ ରାଇଡର୍ସକୁ ହରାଇବାକୁ ହେଲେ ମୁମ୍ବାଇ ଇଣ୍ଡିଆନ୍ସକୁ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଉନ୍ନତି ଆଣିବାକୁ ହେବ । ତେବେ ଆଜିର ମ୍ୟାଚରେ ମୁମ୍ବାଇ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ଦଳକୁ ଫେରିବେ । ଯାହା ଫଳରେ ମୁମ୍ବାଇ ଜିତିବା ପାଇଁ ଆଶା ସଞ୍ଚାର ହେବ ।

Related posts

ଅଷ୍ଟମ ଥର ପାଇଁ ଶ୍ରୀଲଙ୍କାକୁ ହରାଇ ଏସିଆ କପ୍ ଚମ୍ପିଆନ୍ ଟ୍ରଫି ଜିତିଛି ଟିମ୍ ଇଣ୍ଡିଆ

Odisha Sports Bureau

ସେମିଫାଇନାଲରେ ପହଞ୍ଚିଲା  ଭାରତ

Odisha Sports Bureau

ବିରାଟଙ୍କୁ ଦେଖି ଗ୍ୟାଲେରୀରେ ଫ୍ଲାଇଙ୍ଗ କିସ୍ ଉଡIଇଲେ ଅନୁଷ୍କା

Odisha Sports Bureau