Cricket

ଆଇପିଏଲରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ କଡ଼ା ଟକ୍କର

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୫ ତମ ସିଜନର ୧୩ ତମ ମ୍ୟାଚ୍ ଆଜି ଖେଳାଯିବ | ଏହି ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ | ଉଭୟ ଦଳ ଏହି ସିଜନରେ ପ୍ରତ୍ୟେକ ଦୁଇଟି ମ୍ୟାଚ୍ ଖେଳିଛନ୍ତି। ସଞ୍ଜୁ ସାମସନଙ୍କ ନେତୃତ୍ୱରେ ରାଜସ୍ଥାନ ଉଭୟ ଓପନିଂ ମ୍ୟାଚ୍ ଜିତି ବର୍ତ୍ତମାନ ପଏଣ୍ଟ ଟେବୁଲର ଶୀର୍ଷରେ ଥିବାବେଳେ ଫାଫ୍ ଡୁ ପ୍ଲେସିସ୍ ବାଙ୍ଗାଲୋରର ନେତୃତ୍ୱ ନେଇ ପ୍ରଥମ ମ୍ୟାଚ୍ ହାରିଯିବା ପରେ ଦ୍ୱିତୀୟ ମ୍ୟାଚ୍ ଜିତିଛି। ଶେଷ ମ୍ୟାଚରେ ଉଭୟ ଦଳ ବିଜୟୀ ହୋଇ ବାହାରକୁ ଆସିଛନ୍ତି ଏବଂ ଏଭଳି ପରିସ୍ଥିତିରେ ସେମାନେ ସେମାନଙ୍କର ବିଜୟ ଯାତ୍ରା ଜାରି ରଖିଛନ୍ତି |

  • ଜାଣନ୍ତୁ ମ୍ୟାଚର ପ୍ରସାରଣ ଏବଂ ଅନଲାଇନ୍ ଟେଲିକାଷ୍ଟ ସହିତ ଜଡିତ ସମସ୍ତ ସୂଚନା …

ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ ଏପ୍ରିଲ୍ ୫ ଅର୍ଥାତ ମଙ୍ଗଳବାର ଦିନ ଖେଳାଯିବ | ତେବେ ରାଜସ୍ଥାନ ଏବଂ ବାଙ୍ଗାଲୋର ମଧ୍ୟରେ ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ | ଏହି ମ୍ୟାଚରେ ଟସ୍ ଭାରତୀୟ ସମୟ ଅନୁଯାୟୀ ସନ୍ଧ୍ୟା ୭ଟାରେ ପଡ଼ିବାକୁ ଥିବା ବେଳେ ସନ୍ଧ୍ୟା ୭.୩୦ ରେ ବୋଲିଂ ଆରମ୍ଭ ହେବ। ଷ୍ଟାର ନେଟୱାର୍କ ସହିତ ଷ୍ଟାର୍ ସ୍ପୋର୍ଟସ୍ ଚ୍ୟାନେଲରେ ମଧ୍ୟ ଏହି ମ୍ୟାଚର ପ୍ରସାରଣ ହେବ | ଷ୍ଟାର୍ ସ୍ପୋର୍ଟସ୍ ଚ୍ୟାନେଲରେ ଆପଣ ବିଭିନ୍ନ ଭାଷାରେ ଲାଇଭ୍ ମ୍ୟାଚ୍ ଦେଖିପାରିବେ |

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଫାଫ୍ ଡୁ ପ୍ଲେସିସ୍, ଅନୁଜ ରାୱତ, ବିରାଟ କୋହଲି, ଦୀନେଶ କାର୍ତ୍ତିକ, ଗ୍ଲେନ ମ୍ୟାକ୍ସୱେଲ, ଶାହବାଜ ଅହମ୍ମଦ, ଭାନିନ୍ଦୁ ହସରାଙ୍ଗା, ଡେଭିଡ ୱିଲି, ହର୍ଷଲ ପଟେଲ, ଆକାଶଦୀପ, ମହମ୍ମଦ ସିରାଜ ଏହି ସବୁ ପ୍ରମୁଖ ଖେଳାଳୀ ଆରସିବି ଟିମ୍ ପକ୍ଷରୁ ଖେଳୁଛନ୍ତି |

 ରାଜସ୍ଥାନ ରୟାଲ୍ସ : ଜୋସ୍ ବଟଲର୍, ଯଶସ୍ୱୀ ଜୟସୱାଲ୍, ସଞ୍ଜୁ ସାମସନ୍, ଦେବଦତ୍ତ ପାଦିକ୍କଲ୍, ଶିମ୍ରନ୍ ହେଟମିର୍, ରିୟାନ୍ ପରାଗ, ରବିଚନ୍ଦ୍ରନ୍ ଅଶ୍ୱିନ୍, ନବଦୀପ ସାଇନି, ଟ୍ରେଣ୍ଟ ବୋଲ୍ଟ, ୟୁଜବେନ୍ଦ୍ର ଚହଲ, ପ୍ରଣିକ କୃଷ୍ଣ ଭଳି ଖେଳାଳି ନଜର ଆସିବେ |

Related posts

T20 ବିଶ୍ୱକପ୍ 2026 ଫାଇନାଲ: ଅଭିଷେକ ଶର୍ମା, ବରୁଣ ଚକ୍ରବର୍ତ୍ତୀଙ୍କୁ ନେଇ ନିଆଗଲା ବଡ଼ ନିଷ୍ପତ୍ତି

ପର୍ଥ ଟେଷ୍ଟରେ ଭାରତର ପରାଜୟ ସିରିଜ ୧-୧ରେ ବରାବର

Odisha Sports Bureau

ଦୀନେଶ କାର୍ତ୍ତିକଙ୍କୁ ନୂଆ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କଲା ଆରସିବି