Cricket

ଦୀନେଶ କାର୍ତ୍ତିକଙ୍କୁ ନୂଆ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କଲା ଆରସିବି

ଦୀନେଶ କାର୍ତ୍ତିକ ହେଲେ ଆରସିବିର ନୂଆ ବ୍ୟାଟିଂ କୋଚ୍ | ଆଇପିଏଲ ୨୦୨୫ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ବ୍ୟାଟିଂ ପ୍ରଶିକ୍ଷକ ତଥା ପରାମର୍ଶଦାତା ଭାବରେ ଭାରତର ପୂର୍ବତନ ଷ୍ଟମ୍ପର ଦୀନେଶ କାର୍ତ୍ତିକଙ୍କ ନାମ ଘୋଷଣା କରାଯାଇଛି। କାର୍ତ୍ତିକ ଆରସିବି ପାଇଁ ଅନ୍ତିମ ସିଜିନ ଖେଳିବା ପରେ ଚଳିତବର୍ଷ ମେ ମାସରେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଥିଲେ।

ଗତ ମାସରେ ଆଇପିଏଲ୍ ୨୦୨୪ରେ ଖେଳି ସେ ନିଜର ଚମତ୍କାରିତା ପ୍ରଦର୍ଶନ କରିଥିଲେ। ଦୀନେଶ କାର୍ତ୍ତିକ ୧୭ ବର୍ଷ ପାଇଁ ଆଇପିଏଲର ଅଂଶ ଥିଲେ ଏବଂ ୬ଟି ଫ୍ରାଞ୍ଚାଇଜ୍ ପ୍ରତିନିଧିତ୍ୱ କରିଥିଲେ।

ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ ସେ ମାସରେ କ୍ରିକେଟର ସମସ୍ତ ଫର୍ମାଟକୁ ବିଦାୟ ଦେଇଛନ୍ତି। ଦୀନେଶ କାର୍ତ୍ତିକଙ୍କୁ ଆଇପିଏଲରେ ଖେଳୁଥିବା ଦେଖିବାକୁ ମିଳିଥିଲା। ଦୀନେଶ କାର୍ତ୍ତିକ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ। ୨୬ଟି ଟେଷ୍ଟ ମ୍ୟାଚ୍ ବ୍ୟତୀତ ଏହି ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ୯୫ଟି ଦିନିକିଆ ଏବଂ ୬୦ଟି ଟି -୨୦ ମ୍ୟାଚ ଖେଳିଥିଲେ। ଦୀନେଶ କାର୍ତ୍ତିକ ମଧ୍ୟ ଆଇପିଏଲର ୨୫୭ଟି ମ୍ୟାଚ୍ ଖେଳିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟତୀତ ଦୀନେଶ କାର୍ତ୍ତିକ କୋଲକାତା ନାଇଟ୍ ରାଇଡର୍ସ, ଦିଲ୍ଲୀ କ୍ୟାପିଟାଲସ, ପଞ୍ଜାବ କିଙ୍ଗସ୍, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜୁରାଟ ଲାୟନ୍ସ ପାଇଁ ଆଇପିଏଲରେ ଖେଳିଛନ୍ତି।

ଏହି ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ପ୍ରାୟ ୨୦ ବର୍ଷ ପୂର୍ବେ ୨୦୦୪ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଭାରତ ବ୍ୟତୀତ ଏହି ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଆଇପିଏଲ୍ ସମେତ ଘରୋଇ ମ୍ୟାଚ୍ ଖେଳିଥିଲେ। ନଭେମ୍ବର ୨୦୦୪ରେ ଦୀନେଶ କାର୍ତ୍ତିକ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ଏହା ପରେ ସେ ୫ ସେପ୍ଟେମ୍ବର ୨୦୦୪ରେ ପ୍ରଥମ ଥର ପାଇଁ ଦିନିକିଆ ଫର୍ମାଟରେ ଭାରତ ପାଇଁ ଖେଳିଥିଲେ। ଦୀନେଶ କାର୍ତ୍ତିକ ପ୍ରଥମ ଥର ପାଇଁ ୧ ଡିସେମ୍ବର ୨୦୦୬ରେ ଭାରତ ପାଇଁ ଟି-୨୦ ଫର୍ମାଟ୍ ଖେଳିଥିଲେ।

Related posts

IND vs NZ ODI: ଦ୍ଵିତୀୟ ଦିନିଆରେ କାହିଁକି ହାରିଲା ଭାରତ

Odisha Sports Bureau

ବିରାଟଙ୍କୁ ଶୁଭେଚ୍ଛା ଜଣାଇଲେ ମାଷ୍ଟର ବ୍ଲାଷ୍ଟର ସଚିନ

Odisha Sports Bureau

ମହିଳା ଦୃଷ୍ଟିବାଧିତ T20 ବିଶ୍ୱକପ୍ ଖେଳାଳିଙ୍କୁ ସମ୍ବର୍ଦ୍ଧିତ

Odisha Sports Bureau