Cricket

ଆଇପିଏଲ୍ ୨୦୨୨

ମୁମ୍ବାଇ: ଆଇପିଏଲ୍ ମାଚ୍ ପାଇଁ ସବୁବେଳେ କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଉକ୍ରଣ୍ଠା ରହିଥାଏ । କେତେବେଳେ ଖେଳାଳି ନିଲାମିକୁ ନେଇ ତ ପୁଣି କେତେବେଳେ ଖେଳ ପ୍ରସାରଣର ନିଲାମି କିଏ ପାଇବ ସେଇ ଉକ୍ରଣ୍ଠା ରହିଥାଏ । ତେବେ ଟିଭିରେ ପ୍ରସାରଣ ଲାଗି ୨୩, ୫୭୫ କୋଟି ଟଙ୍କା ଓ ଡିଜିଟାଲରେ ପ୍ରସାରଣ ଲାଗି ୨୦.୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ତେବେ ସର୍ବମୋଟ ୪୪ ହଜାର କୋଟି ପର୍ଯ୍ୟନ୍ତ ଦର ଧାର୍ଯ୍ୟ କରାଯାଇଛି । ଯେଉଁ ଟିଭି ଚ୍ୟାନେଲ କିମ୍ବା ଡିଜିଟାଲ ଚ୍ୟାନେଲ ପ୍ରସାରଣ ଲାଗି ଅନୁପତି ପାଇବେ ସେମାନେ ଏହି ନିର୍ଦ୍ଧାରିତ ଟଙ୍କା ବିସିସିଆଇକୁ ଦେବେ । ଯେଉଁମାନଙ୍କୁ ପ୍ରସାରଣ ଲାଗି ଅନୁମତି ମିଳିବ ସେମାନେ ଆଗମୀ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ପ୍ରସାରରଣ କରିପାରିବେ । ଏଥିଲାଗି ଡିସ୍ନି, ସୋନି, ରିଲାଏନସ ପ୍ରମୁଖ ଦୌଡରେ ରହିଛନ୍ତି । ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଷ୍ଟାର ଇଣ୍ଡିଆ ୧୬,୩୪୭ କୋଟି ଟଙ୍କାରେ ପ୍ରସାରଣର ଅଧିକାର ପାଇଥିଲା । ଏଥି ପୂର୍ବରୁ ସୋନି ଟିଭି ୧୦ ବର୍ଷ ଲାଗି ୮,୨୦୦ କୋଟି ଟଙ୍କାରେ ପ୍ରସାରଣ ଅଧିକାର ପାଇଥିଲା ।

Related posts

୫୧ ବର୍ଷରେ ପଦାର୍ପଣ କଲେ ସଚିନ ତେନ୍ଦୁଲକର, ତାଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

Odisha Sports Bureau

ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ମହାମୁକାବିଲା

Odisha Sports Bureau

ଏହି ବିସ୍ଫୋରକ ବ୍ୟାଟସମ୍ୟାନ୍ ଏବେ ଟିମ୍ ଇଣ୍ଡିଆରେ ପ୍ରବେଶ କରିବେ

Odisha Sports Bureau