ବାଜି ପଲଟେଇଲେ ଧୋନି

ଆଇପିଏଲ୍‌ ୨୦୨୩(IPL 2023) ସିଜନ୍‌ରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍‌(CSK) ଜଲ୍‌ୱା ଦେଖାଇଛି। ଗତକାଲି ଖେଳା ଯାଇଥିବା କ୍ୱାଲିଫାୟର-୧ ମୁକାବିଲାରେ ଚେନ୍ନାଇ, ଗୁଜରାଟ ଟାଇଟନ୍ସକୁ ୧୫ ରନ୍‌ରେ ହରାଇଥିଲା। ଏହି ବିଜୟ ସହ ସିଏସ୍‌କେ ୧୦ମ ଥର ଫାଇନାଲ୍‌କୁ ଏଣ୍ଟ୍ରି କରିଛି।

କ୍ୱାଲିଫାୟର ମୁକାବିଲାରେ ଗୁଜରାଟର କ୍ୟାପଟେନ୍‌ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲେ। ଧୋନି ମଧ୍ୟ କହିଥିଲେ ଯେ, ଯଦି ତାଙ୍କ ଟିମ୍‌ ଟସ୍‌ ଜିତିଥାନ୍ତା ତା’ହେଲେ ପ୍ରଥମେ ବୋଲିଂ ହିଁ କରିଥାନ୍ତା। ହେଲେ ମ୍ୟାଚ୍‌ ଜିତିବା ପରେ ନିଶ୍ଚିତ ଭାବେ ସେ ତାଙ୍କର ନିଷ୍ପତ୍ତି ଉପରେ ଭାବିଥିବେ।