Cricket

ଧୋନି ଦେଖାଇଲେ କମାଲ : ଦ୍ୱିତୀୟ ମ୍ୟାଚ ବିଜୟ ହାସଲ କଲା ସିଏସ୍‌କେ

ଚେନ୍ନାଇ : ଚଳିତ ଆଇପିଏଲ୍‌ରେ ‘କର ବା ମର’ ମ୍ୟାଚ୍‌ରେ ୫ ଥର ଚମ୍ପିଆନ୍ ମୁମ୍ବଇ ଇଣ୍ଡିଆନ୍‌ସ ତା’ର ୭ମ ମ୍ୟାଚ୍‌ରେ ୭ମ ପରାଜୟ ଭୋଗିଛି। ଗୁରୁବାର ମହେନ୍ଦ୍ର ସିଂହ ଧୋନି ଶେଷ ୪ ବଲ୍‌ରୁ ୧୬ ରନ୍ ନେଇ ଏବଂ ଶେଷ ବଲ୍‌ରେ ଚୌକାମାରି ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)କୁ ଜିତାଇଛନ୍ତି। ୩ ୱିକେଟରେ ଜିତି ଚେନ୍ନଇ ୭ମ ମ୍ୟାଚ୍‌ରେ ୨ୟ ବିଜୟ ହାସଲ କରିଛି। ତିଳକ ବର୍ମାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ମୁମ୍ବଇ ଇଣ୍ଡିଆନ୍‌ସ ୭ ୱିକେଟରେ ୧୫୫ ରନ୍‌ କରିଥିଲା। ପରେ ଅମ୍ବତି ରାୟୁଡୁଙ୍କ ୪୦ ଓ ଧୋନିଙ୍କ ଅପରାଜିତ ୨୮ ରନ୍ ବଳରେ ଶେଷ ବଲ୍‌ରେ ୭ ୱିକେଟ ହରାଇ ସିଏସ୍‌କେ ଜିତିଥିଲା। ପ୍ରଥମ ୭ଟିଯାକ ମ୍ୟାଚ୍‌ ହାରିବା ପରେ ମୁମ୍ବଇର ପ୍ଲେଅଫ୍ ଆଶା ପ୍ରାୟ ମଉଳି ଯାଇଛି।

ଚେନ୍ନଇ ପରି ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟ ବିପର୍ଯ୍ୟୟ ସହ ୧୫୬ ରନ୍‌ ବିଜୟଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ୧୬ ରନ୍‌ରେ ୨ଟି ୱିକେଟ ପଡ଼ି ଯାଇଥିଲା। ଗତ ମ୍ୟାଚ୍‌ର ହିରୋ ଋତୁରାଜ ଗାଏକ୍‌ୱାଡ୍‌ ଇନିଂସର ପ୍ରଥମ ବଲ୍‌ରେ ଆଉଟ ହୋଇଥିଲେ। ମିଚେଲ ସାଣ୍ଟ୍‌ନର ୧୧ ରନ୍‌କରି ଆଉଟ୍‌ ହୋଇଥିଲେ। ଦୁଇ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ରବିନ୍ ଉଥପ୍ପା ଓ ଅମ୍ବତି ରାୟୁଡୁ ୫୦ ରନ୍ ଯୋଡ଼ିଥିଲେ। ଉଥପ୍ପା ୨୫ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୦ ରନ୍‌କରି ଆଉଟ ହୋଇଥିଲେ। ଶିବମ୍ ଦୁବେ ୧୩ ରନ୍‌କରି ଆଉଟ୍‌ ହୋଇଥିଲେ। ଅମ୍ବତି ରାୟୁଡୁ ୩୫ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୪୦ ରନ୍‌ କରିଥିଲେ।

 

Related posts

ବିମାନ ବନ୍ଦରରେ ସାକ୍ଷୀଙ୍କ ସହ ଧୋନି

ଆସିଲା ଟାମ୍ପିୟନ୍ସ ଟ୍ରଫି କ୍ରିକେଟ ଖେଳସୂଚୀ : ଫେବୃଆରୀ ୨୩ରେ ଭାରତ – ପାକିସ୍ତାନ ମ୍ୟାଚ

Odisha Sports Bureau

ଏସିଆ ଟି-୨୦ ମ୍ୟାଚ୍ ୨୦୨୨

Odisha Sports Bureau