Uncategorized

IWF ବିଶ୍ୱ ଯୁବ ଚାମ୍ପିଅନସିପ୍ ୨୦୨୪ରେ ଓଡ଼ିଆ ଝିଅଙ୍କ ଚମକ

ନୂଆଦିଲ୍ଲୀ: ଗୁରୁବାର ପେରୁ ରାଜଧାନୀ ଲିମାରେ ଅନୁଷ୍ଠିତ ୨୦୨୪ ଆଇଡବ୍ଲ୍ୟୁ ବିଶ୍ୱ ଯୁବ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପ୍ରୀତୀସ୍ମିତା ଭୋଇ ମହିଳା ୪୦ କିଲୋଗ୍ରାମ ବର୍ଗରେ କ୍ଲିନ୍ ଆଣ୍ଡ ଜର୍କରେ ସ୍ୱର୍ଣ୍ଣ ଜିତିଛନ୍ତି | ଏଥିସହ ଓଡ଼ିଆ ପ୍ରତିଯୋଗୀ ଯୋଶନା ଜ୍ୟୋତ୍ସ୍ନା ସବର ରୌପ୍ୟ ପଦକ ଜିତିଛନ୍ତି। ଢେଙ୍କାନାଳରେ ଥିବା ଭାରୋତ୍ତୋଳନ ହାଇ ପଫରମାନ୍ସ ସେଣ୍ଟରର ଏକ ଅଂଶ ଭୋଇ ୭୬ କିଲୋଗ୍ରାମ ଉଠାଇ ନୂତନ ଏକ ବିଶ୍ୱ ରେକର୍ଡ ସ୍ଥାପନା କରି ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଜ୍ୟୋତ୍ସ୍ନା ୬୯ କିଲୋଗ୍ରାମ ଓଜନ ଭାରୋତ୍ତୋଳନ କରିଥିଲେ। ସେହିଭଳି ତାଲିକାରେ ତୁର୍କୀର ଫତମା ସେନା କୋଲକକ୍ ୬୫ କିଲୋଗ୍ରାମ ଉଠାଇ ତୃତୀୟ ସ୍ଥାନରେ ରହିଛନ୍ତି। ଦୁହିଁଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି, ଏବଂ ଏହା ଓଡ଼ିଶାର ଯୁବ ଆଥଲେଟଙ୍କୁ ଅନୁପ୍ରାଣିତ କରିବ ବୋଲି କହିଛନ୍ତି।

Related posts

ରାଜ୍ୟଗୋଷ୍ଠୀ ଯୁବ ଭରୋତ୍ତୋଳନରେ ହୃଦାନନ୍ଦ ଜିତିଲେ ସ୍ବର୍ଣ୍ଣ

୧୬ରେ ଏସ୍ଏସ୍ଆଇ ସ୍ପୋଟ୍ସ ସାଇନ୍ସ ସମ୍ମିଳନୀ ;ଯୋଗଦେବେ ଭାରତର କ୍ରୀଡ଼ା ବିଜ୍ଞାନ ବିଶେଷଜ୍ଞ

Odisha Sports Bureau

ଅବସର ନେବା ପରେ ଅଶ୍ୱିନୀଙ୍କୁ କିଏ କରିଥିଲେ କଲ

Odisha Sports Bureau