Cricket

ପେସ ବୋଲର ଭାବେ ଟି୨୦ କ୍ରିକେଟରେ ୨୫୦ ୱିକେଟ ଅକ୍ତିଆର କଲେ ବୁମରାହ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ପେସ ବୋଲର ଯଶପ୍ରୀତ ବୁମରାହ ଟି୨୦ କ୍ରିକେଟରେ ୨୫୦ ୱିକେଟ ଅକ୍ତିଆର କରିଛନ୍ତି । ୱାଶିଂଟନ ସୁନ୍ଦରଙ୍କ ୱିକେଟ ହାସଲ କରିବା ପରେ ସେ ଏହି ଲ୍ୟାଣ୍ଡମାର୍କ ଛୁଇଁ ନ ଥିଲେ । ୨୦୧୩ରେ ବୁମରାହ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପ୍ରଥମ ମ୍ୟାଚ ଖେଳିଥିଲେ । ଓଭରାଲ ୨୦୫ ମ୍ୟାଚରେ ସେ ୭.୦୪ ଇକୋମୋନୀରେ ୨୧.୬୦ ଆଭରେଜରେ ୨୫୦ ୱିକେଟ ହାସଲ କରିଛନ୍ତି । ତାଙ୍କ ପଛକୁ ଭୁବନେଶ୍ୱର କୁମାର ୨୨୩ ୱିକେଟ ଅକ୍ତିଆର କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ଭାରତର ୪ ସ୍ପିନର ୨୫୦ରୁ ଊର୍ଦ୍ଧ୍ୱ ୱିକେଟ ନେଇଛନ୍ତି । ସେମାନେ ହେଲେ ରବିଚନ୍ଦ୍ରନ ଅଶ୍ୱୀନ (୨୭୪), ୟୁଜଭେନ୍ଦ୍ର ଚହଲ (୨୭୧), ପୀୟୂଷ ଚାୱଲା (୨୭୦) ଓ ଅମିତ ମିଶ୍ର (୨୬୨) । ନିକଟରେ ବୁମରାହଙ୍କ ପ୍ରଦର୍ଶନ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଥିବା ବେଳେ ସେ ଚଳିତ ଆଇପିଏଲରେ ଭଲ ପ୍ରଦର୍ଶନ କରି କଡା ଜବାବ ଦେଇଛନ୍ତି ।

Related posts

ବିନା ଦର୍ଶକରେ ଆରମ୍ଭ ହେଲା ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ

Odisha Sports Bureau

କ୍ରିକେଟକୁ ଅଲବିଦା କହିଲେ ଭାରତୀୟ ଓପନର ଗୌତମ ଗମ୍ଭୀର

Odisha Sports Bureau

ଯୋଧପୁରରେ ପହଞ୍ଚିଲେ ଏମଏସ ଧୋନି; ଫଟୋ ଏବଂ ଅଟୋଗ୍ରାଫରେ ଜିତିଲେ କୁନି ପ୍ରଶଂସକଙ୍କ ହୃଦୟ 

Odisha Sports Bureau