Swimming

କଳିଙ୍ଗ ଷ୍ଟାଡିୟମ୍‌ର ନବନିର୍ମିତ ଆକ୍ବାଟିକ୍ ସେଣ୍ଟ‌ରରେ ସନ୍ତରଣ ପ୍ରତି‌ଯୋଗିତା

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ର ନବନିର୍ମିତ ଆକ୍ବାଟିକ୍ ସେଣ୍ଟ‌ରରେ ସନ୍ତରଣ ପ୍ରତି‌ଯୋଗିତା | ଏହି ପ୍ରତିଯୋଗିତାରେ ୩୯ତମ ଜାତୀୟ ଉପକନିଷ୍ଠ ଏବଂ ୪୯ତମ ଜାତୀୟ କନିଷ୍ଠ ଆୟୋଜନ କରାଯାଇଥିଲା | ଏହି ପ୍ରତିଯୋଗିତାରେ ଶେଷରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଅତିଥି ଭାବେ ଯୋଗଦେଇ ଏହି ନବନିର୍ମିତ ଆକ୍ବାଟିକ୍ ସେଣ୍ଟର୍ କାରଣରୁ ମୋଟ ୧୯ କୀର୍ତ୍ତିମାନ ସୃଷ୍ଟି ‌ହୋଇଥିବାରୁ ଖୁସି ବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି କାରଣରୁ ଏହି ଆକ୍ବାଟିକ୍ ସେଣ୍ଟର୍‌ ଦେଶର ସନ୍ତରଣ କ୍ରୀଡ଼ାବିତଙ୍କ ପାଇଁ ଉତ୍ସର୍ଗିକୃତ ବୋଲି ପ୍ରକାଶ କରିଥିଲେ। ରବିବାରର ଅନ୍ତିମ ଦିବସରେ ହକି କିଂବଦନ୍ତି ଦିଲୀପ ତିର୍କି ମଧ୍ୟ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ପଦକ ପ୍ରଦାନ କରିଥିଲେ।

ସୂଚନାନୁସାରେ, କର୍ଣ୍ଣାଟକ ପ୍ରତିଯୋଗୀମା‌ନେ ପ୍ରାଧାନ୍ୟ ଜାରି ରଖି ଦଳଗତ ବିଜେତା ଟ୍ରଫି ବଜାୟ ରଖିଛନ୍ତି। ଏହି ରାଜ୍ୟ ୫୦ ସ୍ବର୍ଣ୍ଣ ସହ ମୋଟ ୧୧୯ ପଦକ ଜିତି ଶୀର୍ଷ ସ୍ଥାନରେ ରହିଥିବା ବେଳେ ମହାରାଷ୍ଟ୍ର ୧୧ ସ୍ବର୍ଣ୍ଣ ସହ ମୋଟ ୫୪ ପଦକ ଜିତି ଦ୍ବିତୀୟ ଏବଂ ତାମିଲନାଡୁ ୧୦ ସ୍ବର୍ଣ୍ଣ ସହ ୩୭ ପଦକ ଜିତି ତୃତୀୟ ସ୍ଥାନରେ ରହିଲେ। ପ୍ରତିଯୋଗିତା ଅବସରରେ ମୋଟ ୧୯ ଜାତୀୟ କୀର୍ତ୍ତିମାନ ପ୍ରତିଷ୍ଠା ହୋଇଛି। ବାଳକ ବର୍ଗର ଗ୍ରୁପ୍‌-୧ରେ ରାଜସ୍ଥାନର ୟୁଗ ଚେଲାନି (୫ ସ୍ବର୍ଣ୍ଣ), ଗ୍ରୁପ୍‌-୨ରେ କର୍ଣ୍ଣାଟକର ଈଶାନ ମେହେରା (୫ ସ୍ବର୍ଣ୍ଣ, ୨ ନୂଆ ମିଟ୍ ରେକର୍ଡ), ଗ୍ରୁପ୍‌-୩ରେ ତାମିଲନାଡୁର ଅବଦୁଲ ହାଫିଜ୍ (୩ ସ୍ବର୍ଣ୍ଣ, ୧ ରୌପ୍ୟ, ୧ କାଂସ୍ୟ) ଶ୍ରେଷ୍ଠ ବିବେଚିତ ହୋଇଥିବା ବେଳେ ବାଳିକା ବର୍ଗରେ ଗ୍ରୁପ୍‌-୧ରେ ତେଲେଙ୍ଗାନାର ଭ୍ରିତ୍ତି ଅଗ୍ରୱାଲ (୪ ସ୍ବର୍ଣ୍ଣ, ୧ ରୌପ୍ୟ), ଗ୍ରୁପ୍‌-୨ରେ କର୍ଣ୍ଣାଟକର ତାନୀଶି ଗୁପ୍ତା (୪ ସ୍ବର୍ଣ୍ଣ, ୧ ରୌପ୍ୟ, ୩ ନୂଆ ମିଟ୍ ରେକର୍ଡ) ଏବଂ ଗ୍ରୁପ୍‌-୩ରେ ବେଙ୍ଗଲର ସାନିଦ୍ଧି ମୁଖାର୍ଜୀ (୩ ସ୍ବର୍ଣ୍ଣ) ଶ୍ରେଷ୍ଠ ବିବେଚିତ ହୋଇଛନ୍ତି।

Related posts

ଚତୁର୍ଥ ବିଜୟ ସହିତ ସ୍ୱର୍ଣ୍ଣିମ ଚୌକା ଲଗାଇଲେ କୁଶାଗ୍ର

Odisha Sports Bureau

ଜାତୀୟ ସନ୍ତରଣ ପ୍ରତିଯୋଗିତା : କର୍ଣ୍ଣାଟକ ହେଲା ଚମ୍ପିୟାନ୍, ଓଡ଼ିଶା ପାଇଁ ସ୍ବର୍ଣ୍ଣ ପଦକ ଜିତିଲେ ମନ୍ନତା

Odisha Sports Bureau

କଳିଙ୍ଗ ଷ୍ଟାଡିୟମରେ ପିଲାମାନଙ୍କୁ ପହଁରା ଶିଖେଇଲେ ଷ୍ଟେପିନ ରାଇସ

Odisha Sports Bureau