More Sports

କୁଡୋ କ୍ରୀଡା ରେ ଇତିହାସ ରଚିଲା ଓଡିଶା

କଟକ – କୁଡୋ କ୍ରୀଡା ରେ ଇତିହାସ ରଚିଲା ଓଡିଶା। ହିମାଚଳ ପ୍ରଦେଶ ରେ ଖେଳାଯାଇଥିବା ୧୨ ତମ ଜାତୟ କୁଡୋ ପ୍ରତିଯୋଗୀତାରେ ଓଡିଶା ହାତେଇଲା ୧୯ ପଦକ । ୩୨ ରାଜ୍ୟ ର ଖେଳାଳି ଙ୍କୁ ମାତ ଦେଇ ଏହି ରେକର୍ଡ ର ଅଧକାରୀ ହୋଇଛି ଟିମ ଓଡିଶା। ମୋଟ ୧୬ ଜଣ ପ୍ରତିଯୋଗୀ ଆଣିଦେଇଛନ୍ତି  ଏହି ଗୌରବ । କୋଭିଡ ମଧ୍ୟରେ ଖେଳାଳି ଙ୍କ ଦୃଢ଼ ମନୋବଳ ଓ ନିଷ୍ଠାପର ଅଭ୍ୟାସ ତାଙ୍କୁ ଆଜି ଆଣି ଦେଇଛି ଏହି ବଡ଼ ସଫଳତା ।

ମିକ୍ସ ମାର୍ସଲ ଆର୍ଟ କହିଲେ କୁଡୋ କୁ ବୁଝାଏ । ଏହି ଗେମ ରେ ରହିଛି ଅନେକ ପ୍ରକାର ଟେକନିକ । ବିଶେଷ କରି ୮ ପ୍ରକାର ମାର୍ସଲ ଆର୍ଟ ରୁ କୋଡୋ ର ସୃଷ୍ଟି । ଜାପାନ ଦେଶ ରୁ ସୃଷ୍ଟି ହୋଇଛି ଏହି ସ୍ୱତନ୍ତ୍ର କ୍ରୀଡା। ତେବେ ତିନି ବର୍ଷ ହେବ ଓଡିଶା କ୍ରୀଡା ଜଗତ ରେ ପ୍ରବେଶ କରିଛି ଏହି କୁଡୋ ଗେମ । ଏହି କ୍ରୀଡାରେ ବିଶେଷକରି ଜୁଡୋ , କରାଟେ, ଟାଇକୋଣ୍ଡୋ , କିକ ବକ୍ସିଙ୍ଗ , ମୁଏଥାଇ , ଜୁ ଜିତ ସୁ , ଓ ରେସଲିଙ୍ଗ ଭଳି ଟେକନିକ ରହିଛି । ତେବେ ଏହି ମେଗା ପ୍ରତିଯୋଗୀତା ପାଇଁ ଓଡିଶା ରୁ ୧୬ ଜଣ ପ୍ରତିଯୋଗୀ ଭାଗନେଇଥିଲେ । । ସେଥିରୁ ୭ ଟି ସ୍ୱର୍ଣ୍ଣ , ୪ ଟି ରୌପ୍ୟ ଓ ୮ ବ୍ରୋଞ୍ଚ ପଦକ । ୧୪ ରୁ ୨୦ ରେ ଶେଷ ହୋଇଥିଲା ଏହି ମେଗା ପ୍ରତିଯୋଗିତା। ତେବେ କୋଭିଡ କାଳ ରେ ଖେଳାଳି ମାନଙ୍କ ମଧ୍ୟରେ ଦୃଢ଼ ମନୋବଳ ଓ ନିଷ୍ଠାପର ଅଭ୍ୟାସ ହିଁ ଓଡିଶା କୁ ଦେଇଛି ସଫଳତା ବୋଲି କହିଛନ୍ତି କୃତି ଖେଳାଳି ।

ଅନ୍ୟପଟେ ରାଜ୍ୟ କୁଡୋ ସଂଘର ଏପରି ସଫଳତା  ଓଡିଶା କ୍ରୀଡା ଜଗତ ପାଇଁ ଆଣି ଦେଇଛି ସ୍ୱତନ୍ତ୍ର ସ୍ଥାନ। ଗୋଟିଏ ଇଭେଣ୍ଟ ରେ ୧୯ ପଦକ ଜିତିବା ଯାହା । ତେବେ ଆଗମୀ ଦିନରେ ଜାତୀୟ ଦଳ ରେ ଓଡିଶା ଖେଳାଳି ସୃଷ୍ଟି କରିବା ଓ ବିଶ୍ୱ ଚମ୍ପିୟାନସିପରେ କିପରି ଅଧିକ ଅଧିକ ରୁ ଭାଗ ନେଇ ଦେଶ ତଥା ରାଜ୍ୟ ପାଇଁ ଅଧିକ ଅଧିକ ରୁ ମେଡାଲ ଜିତିବା ସଂଘ ର ଲକ୍ଷ ବୋଲି କହିଛନ୍ତି ରାଜ୍ୟ ସମ୍ପାଦକ ।

 

 

Related posts

ଏସିଆନ ଗେମ୍ସ ୧୩ ଖେଳାଳିଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau

ନୀରଜଙ୍କ ନାଁରେ ସୁନାର ପୋଷ୍ଟ ବକ୍ସ

Odisha Sports Bureau

ନିଜ ରେକର୍ଡ ନିଜେ ଭାଙ୍ଗିଲେ ସୁନା ପୁଅ ନିରଜ

Odisha Sports Bureau