Badminton

ଅଲ ଇଂଲଣ୍ଡ ସୁପର ୧୦୦ ବ୍ୟାଡମିଣ୍ଟନ ଟାଇଟଲ ହାସଲ ନେଇ ମଉଳିଲା ଲକ୍ଷ୍ୟଙ୍କ ସ୍ୱପ୍ନ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ୍‌ଙ୍କ ଅଲ ଇଂଲଣ୍ଡ ସୁପର ୧୦୦ ବ୍ୟାଡମିଣ୍ଟନ ଟାଇଟଲ ହାସଲର ସ୍ୱପ୍ନ ମଉଳି ଯାଇଛି । ଲକ୍ଷ୍ୟ ସେନ ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲ୍ ରେ ଟପ୍ ସିଡ୍ ଡେନ୍‌ମାର୍କର ଭିକ୍ଟର ଆକ୍ସେଲସେନଙ୍କ ଠାରୁ ହାରି ଯାଇଥିଲେ । ତେବେ ଏକ ସପ୍ତାହ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଜର୍ମାନ ଓପନରେ ଲକ୍ଷ୍ୟ ,ଭିକ୍ଟରଙ୍କୁ ହରାଇଥିଲେ । ହେଲେ ବର୍ମିଂହାମ୍‌ରେ ସେ ଭିକ୍ଟରଙ୍କୁ ଟକ୍କର ଦେଇପାରି ନଥିଲେ । ଏହି ମ୍ୟାଚରେ ଭିକ୍ଟର ସହଜରେ ଜିତି ଯାଇଥିଲେ ଏବଂ ଚାମ୍ପିୟନ ଆଖ୍ୟା ଅର୍ଜନ କରିପାରିଥିଲେ ।

ଲକ୍ଷ୍ୟ ସେମିଫାଇନାଲରେ ମାଲେସିଆର ଲିଜି ଜିଆଙ୍କୁ ହରାଇବା ପରେ ଭାରତୀୟ ଶିବିରରେ ଆନନ୍ଦ ଖେଳି ଯାଇଥିଲା । ସେ ଲିଜି ଜିଆଙ୍କୁ ୨୧-୧୩,୧୨-୨୧,୨୧-୧୯ ଗେମ୍‌ରେ ହରାଇଥିଲେ । ଲି ହେଉଛନ୍ତି ଡିଫେଣ୍ଡିଂ ଚାମ୍ପିଅନ୍ । ଭାରତର ପଞ୍ଚମ ଖେଳାଳି ଭାବରେ ଲକ୍ଷ୍ୟ ଅଲ୍ ଇଂଲଣ୍ଡ ବ୍ୟାଡମମିଣ୍ଟନ ଫାଇନାଲରେ ପ୍ରବେଶ କରିଥିଲେ । ସେ ଭିକ୍ଟରଙ୍କୁ ହରାଇ ତୃତୀୟ ଭାରତୀୟ ଭାବେ ଟାଇଟଲ ଜିତିବା ଆଶା ରଖିଥିଲେ ।

ଲକ୍ଷ୍ୟଙ୍କ ପୂର୍ବରୁ ୧୯୪୭ରେ ପ୍ରକାଶନାଥ ପ୍ରଥମ ଭାରତୀୟ ଭାବେ ଅଲ୍ ଇଂଲଣ୍ଡ ବ୍ୟାଡମିଣ୍ଟନ୍ ଫାଇନାଲରେ ପ୍ରବେଶ କରିଥିଲେ । ପ୍ରକାଶ ପାଦୁକୋନ ୧୯୮୦ରେ ପ୍ରଥମ ଭାରତୀୟ ଭାବେ ଅଲ୍ ଇଂଲଣ୍ଡ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଥିଲେ । ୨୦୦୧ରେ ପୁଲେଲା ଗୋପିଚାନ୍ଦ ଚାମ୍ପିୟନ୍ ହୋଇଥିଲେ । ସେହିପରି ମହିଳା ବ୍ୟାଡମିଣ୍ଟନରେ ସାଇନା ନେହଓଲ ୨୦୧୫ରେ ଅଲ୍ ଇଂଲଣ୍ଡ ଚାମ୍ପିୟନ୍ ଫାଇନାଲରେ ପ୍ରବେଶ କରିଥିଲେ ହେଲେ ଟାଇଟଲ ଜିତିପାରି ନ ଥିଲେ । ତେବେ ଲକ୍ଷ୍ୟ ଦୀର୍ଘ ୨୧ବର୍ଷର ପ୍ରତୀକ୍ଷା ପୂରଣ କରିବେ ବୋଲି ଆଶା କରାଯାଉଥିଲା । ଆକ୍ସେଲସେନ ଭିକ୍ଟର ଗତ ଜର୍ମାନ ଓପନରେ ହୋଇଥିବା ପରାଜୟର ପ୍ରତିଶୋଧ ଲକ୍ଷ ନେଇ ମଇଦାନକୁ ଓହ୍ଲାଇଥିଲେ । ଗେମ୍ ଆରମ୍ଭରୁ ଶେଷ ପଯ୍ୟନ୍ତ ଆକ୍ସେଲସେନଙ୍କ ପକ୍ଷରେ ମ୍ୟାଚ ଥିଲା ।

Related posts

ଅନ୍ତଃରାଷ୍ଟ୍ରିୟ ବ୍ୟାଡମିଣ୍ଟନରୁ ଲି ଜୁୁ ରୁଇଙ୍କ ସନ୍ନ୍ୟାସ

Odisha Sports Bureau

ଅଣ୍ଡର ୧୭ ଅଲଓଡ଼ିଶା ବ୍ୟାଡମିଣ୍ଟନ ଚମ୍ପିୟାନସିପରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ମନିଷ କୁମାର ପାଲ

ରିପୋର୍ଟ ନେଗେଟିଭ୍ ଆସିବା ପରେ ପ୍ରତ୍ୟାବର୍ତ୍ତନ କଲେ ଲକ୍ଷ

Odisha Sports Bureau