Karate

ଜାତୀୟ କରାଟେ ପ୍ରତିଯୋଗିତାରେ ମୟୁରଭଞ୍ଜର କମାଲ୍

ବାରିପଦା: ରାଞ୍ଚିର ତନାଭଗତ ଷ୍ଟାଡିୟମରେ ଚାଲିଥିବା ଜାତୀୟ କରାଟେ ପ୍ରତିଯୋଗିତା ଶେଷ ହୋଇଯାଇଛି । ଚଳିତ ମାସ ୧୩ ଓ ୧୪ ତାରିଖ ଦୁଇଦିନ ଧରି ହେଉଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୭୦୦ ଖେଳାଳି ଭାଗ ନେଇଥିଲେ । ଓଡ଼ିଶାରୁ ମୟୂରଭଞ୍ଜ କରାଟେ ସଂଘ ପକ୍ଷରୁ ୨୮ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଭାଗ ନେଇ ପଦକ ହାସଲ କରିଥିଲେ । ଜିଲ୍ଲା କରାଟେ ସଂଘର ସମ୍ପାଦକ ସୁଶାନ୍ତ ବାରିକ, ଦଳର ପ୍ରଶିକ୍ଷକ ଏସ୍ଆର କ୍ରିଷ୍ଣା, ମ୍ୟାନେଜର ସଞ୍ଜୟ କୁମାର ସାହୁ ଓ ପୁର୍ଣ୍ଣାନନ୍ଦ ବାରିକ ଏହି ଖେଳାଳିମାନଙ୍କ ମାର୍ଗଦର୍ଶନ କରିଥିଲେ। ଏହି ସଫଳତା ପାଇଁ ରାଜ୍ୟ କରାଟେ ସଂଘର ସଭାପତି ଗିରିଶ ଚନ୍ଦ୍ର ଦାଶ, ଜିଲ୍ଲା ସଂଘର ସଭାପତି ସାମ୍ୟରଞ୍ଜନ ମିଶ୍ର, ରାଜ୍ୟ ମାଓତେକା ସଂଘର ସଭାପତି ଅନନ୍ତ ଦାସ, ସମ୍ପାଦକ ଦେବାଶିଷ ଦାସ ଓ ଜିଲ୍ଲା ସିତୋରିୟ କରାଟେ ସଂଘ ର ସଭାପତି କରୁଣାକର ହେମ୍ବ୍ରମ କୃତୀ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Related posts

ଜାତୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ଜିତିଲେ ୮ ସ୍ୱର୍ଣ୍ଣ

ଏସୀୟ କରାଟେ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଲେ ୩ ଓଡ଼ିଆ

କରାଟେ ପ୍ରତିଯୋଗିତାରେ ଓଡିଶାକୁ ମିଳିଲା ୧୨ ପଦକ

Odisha Sports Bureau