Football

ମରକ୍କୋ ହାରିବାକୁ ଗ୍ରହଣ କରୁନାହାନ୍ତି ଫ୍ୟାନ୍ସ, ଗଣ୍ଡୋଗୋଳ ସହ ପୋଡାଜଳା

ଦୋହା: ଫିଫା ଫୁଟବଲ ବିଶ୍ୱକପ ସେମିରେ ହାରିଛି ମରକ୍କୋ । ଫିଫା ଫୁଟବଲ ବିଶ୍ୱକପ ସେମିରେ ପହଞ୍ଚିଥିବା ପ୍ରଥମଥର ପାଇଁ ଆଫ୍ରିକୀୟ ଦେଶ ମରକ୍କୋ ଶେଷରେ ହାରି ଯାଇଛି। ସେମିଫାଇନାଲରେ ଫ୍ରାନ୍ସ ଠାରୁ ୦-୨ରେ ପରାଜୟ ହେବା ପରେ ବିଜୟର ଆଶା ଚୁରୁମାର ହୋଇଛି । ମରକ୍କୋ ଏତେ ସଙ୍ଘର୍ଷ କରି ଫାଇନାଲରେ ବଞ୍ଚିତ ହେବାରୁ ତାଙ୍କ ଫ୍ୟାନ୍ସ ଏକଥା ଗ୍ରହଣ କରିପାରୁ ନାହାନ୍ତି । ସେଥିପାଇଁ ସେମାନେ ଗଣ୍ଡଗୋଳ କରିବା ସହ ପୋଡ଼ାଜଳା କରିଛନ୍ତି । ତେବେ ମରକ୍କୋ କିମ୍ବା ବିଶ୍ୱକପ ଖେଳା ଯାଉଥିବା କତାରରେ ଫ୍ୟାନ୍ସ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କରି ନାହାନ୍ତି ବରଂ ବେଲଜିୟମର ରାଜଧାନୀ ବ୍ରସେଲ୍ସରେ ସବୁ କିଛି ଘଟିଛି । ରାସ୍ତାକୁ ଓହ୍ଲାଇ ବ୍ରସେଲ୍ସରେ ରହୁଥିବା ପ୍ରାୟ ୧୦୦ରୁ ଅଧିକ ମରକ୍କୋ ଫ୍ୟାନ ସେମାନଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Related posts

ମଞ୍ଚେଷ୍ଟର ସିଟିରୁ ଦୁଇ ବର୍ଷର ପ୍ରତିବନ୍ଧକ ହଟାଗଲା, ବର୍ତ୍ତମାନ ଚାମ୍ପିଅନ୍ସ ଲିଗରେ ଖେଳିବାର ରାସ୍ତା ସଫା

Odisha Sports Bureau

ମହିଳା ହକି ଇଣ୍ଡିଆ ଲିଗ୍ ଚାମ୍ପିଅନ୍ ହେଲା ଓଡ଼ିଶା ଓ୍ବାରିୟର୍ସ

Odisha Sports Bureau

ଟୁର୍ଣ୍ଣାମେଣ୍ଟର ୭୭ ତମ ଫାଇନାଲରେ ଲେଭରକ୍ୟୁସେନଙ୍କୁ ପରାସ୍ତ କରି ବାଇର୍ନ ମ୍ୟୁନିକ୍ ୨୦ ଥର ଜର୍ମାନ କପ୍ ଜିତିଲା