Cricket

ସଚିନ ତେନ୍ଦୁଲକର, ବିରାଟ କୋହଲି, ରୋହିତ ଶର୍ମାଙ୍କ ସହ ସମକକ୍ଷ :ଧୋନି

(ଓଡିଶା ସ୍ପୋର୍ଟ): ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତକାଲି ଅଷ୍ଟ୍ରେଲିଆ ବିରୋଧରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ମାଟିରେ ଏକହଜାର ରନ ପୂରଣ କରିଥିବା ଚତୁର୍ଥ ଭାରତୀୟ ବ୍ୟାଟସମ୍ୟାନ ହୋଇ ଯାଇଛନ୍ତି ।

କ୍ୟାପ୍ଟେନ କୁଲ ନାମରେ ପରିଚିତ ଧୋନୀ ୨୯ତମ ଓଭରରେ ଏହି ଉପଲବ୍ଧି ହାସଲ କରିଛନ୍ତି । ତାଙ୍କୁ ଏକ ହଜାର ରନ ପୂରଣ କରିବା ପାଇଁ ୩୪ ରନ ଆବଶ୍ୟକ ଥିଲା । ସେ ଏହାକୁ ୫୧ ବଲରେ ହାସଲ କରି ନେଇଥିଲେ ।

ଏହି ରେକର୍ଡ ସୃଷ୍ଟି କରିବା ପରେ ଧୋନୀ ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକର, ବିରାଟ କୋହଲି, ରୋହିତ ଶର୍ମାଙ୍କ ସହ ସମକକ୍ଷ ହୋଇଛନ୍ତି । ଧୋନୀଙ୍କ ପୂର୍ବରୁ କେବଳ ଏହି ତିନିଜଣ ବ୍ୟାଟସମ୍ୟାନ ଏକହଜାର ରନର ବିରଳ ଉପଲବ୍ଧି ହାସଲ କରିଥିଲେ ।

ସୂଚନଯୋଗ୍ୟ କି, ଗତକାଲି ମେଲବର୍ଣ୍ଣରେ ଭାରତ ଏବଂ କଙ୍ଗାରୁ ମଧ୍ୟରେ ଖେଳା ଯାଇଥିବା ଶେଷ ତଥା ଅନ୍ତିମ ଦିନିକିଆରେ ଧୋନୀଙ୍କ ଦମ ବଳରେ ଦଳ ୭ ୱିକେଟରେ ବିଜୟ ହାସଲ କରିଥିଲା । ଏହାସହ ୭୦ ବର୍ଷ ପରେ କଙ୍ଗାରୁ ମାଟିରେ ସିରିଜ ମଧ୍ୟ କବଜା କରିଥିଲା ଭାରତ । ଏହାସହ ଧୋନୀ ମ୍ୟାନ ଅଫ ଦ ସିରିଜ ପୁରସ୍କାରରେ ପୁରସ୍କୃତ ହୋଇଥିଲେ ।

Related posts

ଆଜି ମୁହାଁ ମୁହିଁ ହେବେ ପଞ୍ଜାବ କିଙ୍ଗିସ ଏବଂ ରାୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

Odisha Sports Bureau

ଏସିଆ କପ ଫାଇନାଲ ମ୍ୟାଚରୁ ବାଦ ପଡିଲେ ଅକ୍ଷର ପଟେଲ ଏବଂ ମହେଶ ତୀକ୍ଷଣା

Odisha Sports Bureau

ଆଇପିଏଲରେ ଜବରଦସ୍ତ ମୁକାବିଲା ;ଘରୋଇ ରୟାଲ ଚ୍ୟାଲଏଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ସୁପରକିଙ୍ଗ୍ସ

Odisha Sports Bureau