Football

ପୁରୀରେ ଜାତୀୟ ସଫ୍ଟବଲ ଚମ୍ପିୟାନସିପ ଫେବୃଆରୀ ୫ ରୁ ଆରମ୍ଭ

ପୁରୀ : ତାଳବଣିଆ ସ୍ଥିତ ସ୍ପୋର୍ଟ କମ୍ଲେକ୍ସ ଠାରେ ଫେବୃଆରୀ ୫ ରୁ ୯ ତାରିଖ ପର୍ୟ୍ୟନ୍ତ ଜାତୀୟ ସଫ୍ଟବଲ ଚମ୍ପିୟାନସିପ ଅନୁଷ୍ଠିତ ହେବ । ଏହାକୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସଫ୍ଟବଲ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବ । ଏ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ୟ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା । ବିଗତ ଚମ୍ପିୟାନସିପ ଗୁଡିକ ପରି ଏହାକୁ ସୁନ୍ଦର ଓ ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଚମ୍ପିୟାନସିପ ୫ ଦିନ ଧରି ଚାଲିବ ଓ ଏଥିରେ ଦେଶର ବିଭିନ୍ନ ରାଜ୍ୟର ୫୦ ଗୋଟି ମହିଳା ଓ ପୁରୁଷ ଦଳ ଅଂଶ ଗ୍ରହଣ କରିବେ ବୋଲି ରାଜ୍ୟ ସଫ୍ଟବଲ ସଂଘର ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ସୂଚନା ଦେଇଥିଲେ ।

ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା, ଖାଦ୍ୟ, ପରିମଳ ବ୍ୟବସ୍ଥା, ଗମନାଗମନ, କ୍ରିଡାବିତଙ୍କ ସୁରକ୍ଷିତ ରହଣି, ସୁରକ୍ଷା ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯିବା ସହ କାର୍ୟ୍ୟ ଅଗ୍ରଗତି ସମ୍ପର୍କରେ ପୁନଶ୍ଚ ଏକ ବୈଠକ ପରବର୍ତ୍ତୀ ସମୟରେ ଅନୁଷ୍ଠିତ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଥିଲେ । ଏହି ବୈଠକରେ ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଏଡିଏମ ଓ ବିରଜା ଶଙ୍କର ରଥ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସବୁ, ଜିଲ୍ଲା କ୍ରିଡା ସଂସଦ ସମ୍ପାଦକ ରବିଶଙ୍କର ପ୍ରତିହାରୀ, ସଫ୍ଟବଲ ସଂଘର ଯୁଗ୍ମ ସମ୍ପାଦକ ରାଜକିଶୋର ପଟ୍ଟନାୟକ, ସଦସ୍ୟ ସହଦେବ ରାଉତ,ସୌମିତ୍ର ହରିଚନ୍ଦନ, ଓଡିଶା ମୋ ପରିବାରର ସଂଯୋଜକ ଶୁଭାଶିଷ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇ ବୈଠକରେ ଆଲୋଚନା କରିଥିଲେ ।

 

Related posts

୧୪୫ତମ ହେଡର ଗୋଲରେ ପହଁଚିଲେ ରୋନାଲ୍ଡୋ

Odisha Sports Bureau

ନେପାଳ ଓ ବାଂଲାଦେଶ ମ୍ୟାଚ ସମୟରେ ଗଣ୍ଡଗୋଳ

Odisha Sports Bureau

ଇକ୍ୟୁଏଡର୍ ଉପରେ ଆର୍ଜେଣ୍ଟିନାର ବିଜୟ

Odisha Sports Bureau