Badminton

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨

ବର୍ମିଂହାମ: ବର୍ମିଂହାମରେ ଖେଳାଯାଉଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ବିଭିନ୍ନ ବିଭାଗରେ ପଦକ ପରେ ପଦକ ହାତେଇବାରେ ଲାଗିଛି। ପିଭି ସିନ୍ଧୁଙ୍କ ପରେ ଆଉଜଣେ ଭାରତୀୟ ଲକ୍ଷ୍ୟ ସେନ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ସୋମବାର ମାଲେସିଆ ଖେଳାଳିଙ୍କୁ ହରାଇ ଲକ୍ଷ୍ୟ ସେନ ଏହି ସଫଳତା ହାସଲ କରିଛନ୍ତି। ଫାଇନାଲର ପ୍ରଥମ ଗେମ ହାରିଯାଇଥିଲେ ଲକ୍ଷ୍ୟ। ଏହାପରେ ଦମଦାର କମବ୍ୟାକ କରିବା ସହିତ ୨୧-୯, ୨୧-୧୬ରେ ଅନ୍ୟ ଦୁଇଟି ଗେମ ଜିତି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏଥିସହିତ ଭାରତର ସ୍ୱର୍ଣ୍ଣପଦକ ସଂଖ୍ୟା ୨୦ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଖେଳାଳିମାନେ ମୋଟ ୨୦ ଟି ସ୍ୱର୍ଣ୍ଣପଦକ ଜିତିଥିବାବେଳେ ୧୫ଟି ରୌପ୍ୟ ପଦକ ଓ ୨୨ଟି ବ୍ରୋଞ୍ଚ ପଦକ ଜିତିଛନ୍ତି। ରାଜ୍ୟ ଗୋଷ୍ଠୀ କ୍ରୀଡାର ସିଙ୍ଗଲ୍ସ ବର୍ଗରେ ଲକ୍ଷ ସେନଙ୍କର ଏହା ପ୍ରଥମ ମେଡାଲ। ବିଶ୍ୱର ୧୦ ନମ୍ବର ସଟଲର କମନୱେଲଥରେ ଏହା ଦ୍ୱିତୀୟ ପଦକ। ସେ ମିକ୍ସଡ ଡବଲ ଇଭେଣ୍ଟରେ ମଧ୍ୟ ରୌପ୍ୟ ପଦକ ଜିତିସାରିଛନ୍ତି। ଆଉ ଏବେ ସେ ସ୍ୱର୍ଣ୍ଣପଦକ ଜିତିବା ସହିତ ଇତିହାସ ରଚିଛନ୍ତି।
ବିଶ୍ୱ ଚାମ୍ପିଅନସିପ୍ ବ୍ରୋଞ୍ଜ ପଦକ ବିଜେତା ଲକ୍ଷ୍ମୀ ସେନ୍ ତାଙ୍କ ପରାମର୍ଶଦାତା ପ୍ରକାଶ ପାଦୁକୋନ୍ (୧୯୭୮), ପାରୁପାଲୀ କାଶ୍ୟପ (୨୦୧୪) ଏବଂ ସୟଦ ମୋଦୀ (୧୯୮୨) ରେ ଯୋଗ ଦେଇ କମନୱେଲଥ ଗେମ୍ସରେ ଏକକ ସ୍ୱର୍ଣ୍ଣ ଜିତିଛନ୍ତି। କମନ୍ୱେଲଥ୍ ଗେମ୍ସ ପଦକ ପୂରଣ କରି ପିଭି ସିନ୍ଧୁ ତାଙ୍କର ପ୍ରଥମ ସିଙ୍ଗଲ୍ସ ସ୍ୱର୍ଣ୍ଣ ପଦକ ଜିତିବାର ଏକ ଘଣ୍ଟା ପରେ ଲକ୍ଷ୍ମୀ ସେନ୍ଙ୍କ ସ୍ୱର୍ଣ୍ଣ ପଦକ ଆସିଥିଲା। ଗୋଲ୍ଡ କୋଷ୍ଟରେ ଫାଇନାଲରେ ଭାରତୀୟ ସାଇନା ନେହୱାଲଙ୍କୁ ହରାଇଥିଲେ।

Related posts

ଏବେ ସୁପର ୩୦ରେ ଆସିବା ଲକ୍ଷ ସେନଙ୍କ

Odisha Sports Bureau

ଲଗାତର ୩ ଥର ଚାମ୍ପିୟନ ହୋଇ ଆସିକା ପାଇଁ ଗର୍ବ ଆଣିଛନ୍ତି ଅବିନାଶ

Odisha Sports Bureau

ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲରେ ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ

Odisha Sports Bureau