More Sports

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ଵର୍ଣ ହାତେଇଲେ ପିଭି ସିନ୍ଧୁ

ଦିଲ୍ଲୀ :ବର୍ମିଂହମ୍‌ରେ ଖେଳାଯାଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶକୁ ମିଳିଛି ଆଉ ଏକ ସ୍ଵର୍ଣ | ଏଯାବତ ଦେଶକୁ ୧୯ଟି ସ୍ଵର୍ଣ ହାସଲ ହୋଇଛି | ତେବେ ଏହି ସ୍ଵର୍ଣ ଭେଟି ଦେଇଛନ୍ତି ବ୍ୟାଡମିଣ୍ଟନ ସେନ୍ସେସନ୍ ପିଭି ସିନ୍ଧୁ । ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ ଫାଇନାଲରେ ଏମ.ଲିଙ୍କୁ ହରାଇ ସ୍ଵର୍ଣ ହାତେଇଛନ୍ତି ପିଭି ସିନ୍ଧୁ | ଏହି ସ୍ଵର୍ଣ ପଦକ ଜିତିବା ପରେ ଏହା ତାଙ୍କର ପ୍ରଥମ ରାଜ୍ୟ ଗୋଷ୍ଟିକ୍ରିଡାରେ ସ୍ଵର୍ଣ ପଦକ ହାସଲ କରିଛନ୍ତି | ସିନ୍ଧୁଙ୍କ ଏପରି ବିଜୟରେ ସାରା ଭାରତ ଗର୍ବିତ ମନେକରୁଛି |୨୦୧୬ ରିଓ ଅଲମ୍ପିକରେ ରୌପ୍ୟ ଓ ୨୦୨୦ ଟୋକିଓ ଅଲମ୍ପିକରେ ବ୍ରୋଞ୍ଜ ପଦକ ବିଜେତା ସିନ୍ଧୁ ରାଜ୍ୟଗୋଷ୍ଠୀରେ ସ୍ୱର୍ଣ୍ଣ ଜିତି ପୁଣିଥରେ ଇତିହାସ ଦୋହରାଇଛନ୍ତି ।୬ ପଦକ ସହ ଭାରତ ପଦକ ଟାଲିର ୫ମ ସ୍ଥାନରେ ରହିଛି । ଏତିରେ ୧୫ ରୌପ୍ୟ ଓ ୨୨ ବ୍ରୋଞ୍ଜ ମଧ୍ୟ ସାମିଲ ରହିଛି ।ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ୫ ସ୍ୱର୍ଣ୍ଣ ଜିତିବାର ସୁଯୋଗ ରହିଛି ।ଏହା ପୂର୍ବରୁ ୨୦୧୮ ମସିହାରେ ସାଇନା ନେହୱାଲ ରାଜ୍ୟଗୋଷ୍ଠୀରେ ମହିଳା ଏକକରେ ସ୍ୱର୍ଣ୍ଣ ଜିତିଥିଲେ ।

 

Related posts

ରେସିଂ ପଏଣ୍ଟ ଦଳର ବ୍ରେକ୍ ଡକ୍ଟ ୧୫ ପଏଣ୍ଟ କାଟି ଚାରି ମିଲିୟନ ୟୁରୋ ଜରିମାନା

Odisha Sports Bureau

ମାର୍ଚ୍ଚ ୨୯ରେ ଆଇପିଏଲ ମହାସମର

Odisha Sports Bureau

ତୃତୀୟ ଏସୀୟ ଯୁବ କ୍ରୀଡା ୨୦୨୫ ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

Odisha Sports Bureau