Cricket

ଖେଳସୂଚୀରେ ହେବନି ପରିବର୍ତ୍ତନ,ଖେଳସୂଚୀରେ ହେବନି ପରିବର୍ତ୍ତନ,ହାଇଦ୍ରାବାଦ୍ କ୍ରିକେଟ୍ ଆସୋସିଏସନ ଅନୁରୋଧକୁ ମନା କରିଦେଲା ବିସିସିଆଇ

ପୂର୍ବରୁ ବିସିସିଆଇ ଦ୍ୱାରା ଖେଳ ସୂଚୀରେ ପରିବର୍ତନ କରଯାଇଥିଲ । ଏବେ ବିସିସିଆଇ ଅରାଜି । ହାଇଦ୍ରାବାଦ୍ କ୍ରିକେଟ୍ ଆସୋସିଏସନ ଅନୁରୋଧକୁ ମନା କରିଦେଲା ବିସିସିଆଇ । ଆଉ କୌଣସି ମତରେ ବି ବିଶ୍ୱକପ୍ ୨୦୨୩ର ଖେଳସୂଚୀରେ ହେବନି ପରିବର୍ତ୍ତନ।

ସୂଚନା  ଅନୁଯାୟୀ, କ୍ରିକେଟ୍ ବିଶ୍ୱକପ୍ ୨୦୨୩କୁ ଆଉ ଦୁଇ ମାସରୁ କମ୍ ଦିନ ବାକି ରହିଛି । ଏହାରି ଭିତରେ ହାଇଦ୍ରାବାଦ୍ କ୍ରିକେଟ୍ ଆସୋସିଏସନ୍ ବିଶ୍ୱକପ୍ ସୂଚୀରେ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲା । ହାଇଦ୍ରାବାଦରେ   ହେବାକୁ ଥିବା ପାକିସ୍ତାନ-ଶ୍ରୀଲଙ୍କା ମ୍ୟାଚର  ତାରିଖ ପରିବର୍ତ୍ତନ ପାଇଁ ଅନୁରୋଧ କରିଥିଲା   ହାଇଦ୍ରାବାଦ୍ କ୍ରିକେଟ୍ ଆସୋସିଏସନ। ଏହାପୂର୍ବରୁ ନ୍ୟୁଜିଲାଣ୍ଡ-ନେଦରଲାଣ୍ଡ ମ୍ୟାଚ୍ ରହିଥିଲା । ତେଣୁ ଆଗାମୀ ମ୍ୟାଚ୍ ପାଇଁ ଅଧିକ ସମୟ ଦରକାର ବୋଲି କହିଥିଲା ହାଇଦ୍ରାବାଦ୍ କ୍ରିକେଟ୍ ଆସୋସିଏସନ୍ । କିନ୍ତୁ ଏବେ ବିସିସିଆଇ ଏହି ଅନୁରୋଧକୁ ଖାରଜ କରିଦେଇଛି ।

ବିସିସିଆଇ ମତରେ, ବିଶ୍ୱକପ ଲାଗି ସମସ୍ତ ମ୍ୟାଚ୍ ଟିକେଟ୍ ବୁକିଂ ଆରମ୍ଭ ହୋଇଯାଇଛି । ତେଣୁ ଖେଳସୂଚୀରେ କୌଣସି ବି ପରିବର୍ତ୍ତନ ହୋଇପାରିବ ନାହିଁ । ଏପରି କରିବା ଦ୍ୱାରା ପୁରା ଟୁର୍ଣ୍ଣାମେଣ୍ଟରେ ପ୍ରଭାବ ପକାଇବ । ତେଣୁ ଖେଳସୂଚୀରେ ଆଉ କୌଣସି ପରିବର୍ତ୍ତନ କରାଯାଇପାରିବନାହିଁ । ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ସମସ୍ତ ମ୍ୟାଚ୍ର ଆୟୋଜନ କରାଯିବ । ସମସ୍ତ ବୋର୍ଡଙ୍କୁ ଏନେଇ ଅବଗତ କରାଯାଇଛି । ନିର୍ଦ୍ଧାରିତ ସମୟ ଓ ତାରିଖ ଅନୁସାରେ ମ୍ୟାଚ୍ର ଆୟୋଜନ କରାଯାଉ ।

Related posts

ପୁଣି ଥରେ ଏକ ନମ୍ବର ସ୍ଥାନକୁ ଫେରିଲେ ବିରାଟ କୋହଲି ।

Odisha Sports Bureau

ଛାଡପତ୍ର ନେଲେ ଶିଖର ଧୱନ-ଆୟେଶା; ପିଲାର କଷ୍ଟଡି ନେଇ କୋର୍ଟ ଶୁଣାଇଲେ ଏହି ନିଷ୍ପତ୍ତି

Odisha Sports Bureau

ଆଇସିସି ଅଣ୍ଡର -୧୯ ବିଶ୍ୱକପର ସୂଚୀ ଘୋଷଣା; ଜାଣନ୍ତୁ ଟିମ୍ ଇଣ୍ଡିଆର ମ୍ୟାଚ୍ କେବେ କେବେ ହେବ?

Odisha Sports Bureau