Cricket

ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତ ସହ ମ୍ୟାଚ୍ ଖେଳିବାକୁ ରାଜି ହେଲା ପାକିସ୍ତାନ, ୧୫ ଫେବୃଆରୀରେ ହାଇଭଲଟେଜ୍ ମୁକାବିଲା

ନୂଆଦିଲ୍ଲୀ: ଶେଷରେ ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତ ସହ ମୁହାଁମୁହିଁ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ରାଜି ହୋଇଛି। ଲାହୋରରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକ ପରେ ପାକିସ୍ତାନ ପକ୍ଷରୁ ଏହି ସିଦ୍ଧାନ୍ତ ଗ୍ରହଣ କରାଯାଇଛି। ଏହା ସହ ୧୫ ଫେବୃଆରୀରେ ଭାରତ-ପାକିସ୍ତାନ ମଧ୍ୟରେ ହାଇଭଲଟେଜ୍ ମ୍ୟାଚ୍ ଖେଳାଯିବା ନିଶ୍ଚିତ ହୋଇଛି। ପୂର୍ବରୁ ପାକିସ୍ତାନ ଭାରତ ସହ ମ୍ୟାଚ୍ ନ ଖେଳିବା ଘୋଷଣା କରିଥିବାରୁ ବିଶ୍ୱକପ୍‌କୁ ନେଇ ତୀବ୍ର ବିବାଦ ଦେଖାଦେଇଥିଲା। ତେବେ ଏହି ସମସ୍ତ ବିବାଦ ସତ୍ତ୍ୱେ ମଧ୍ୟ ଆଇସିସି ପକ୍ଷରୁ ଜାରି ହୋଇଥିବା ଟି-୨୦ ବିଶ୍ୱକପ୍‌ର ଶେଡ୍ୟୁଲରେ କୌଣସି ପରିବର୍ତ୍ତନ କରାଯାଇନଥିଲା। ସ୍କଟଲ୍ୟାଣ୍ଡ ପ୍ରତିସ୍ଥାନରେ ବାଙ୍ଗଲାଦେଶ ଟୁର୍ନାମେଣ୍ଟରେ ସାମିଲ ହେବା ସମୟରେ ମାତ୍ର ଶେଡ୍ୟୁଲରେ ସଂଶୋଧନ କରାଯାଇଥିଲା।

ଭାରତୀୟ ଦଳର କପ୍ତାନ ସୂର୍ଯ୍ୟକୁମାର ଯାଦବ ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ, ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ଶେଡ୍ୟୁଲ ଅନୁଯାୟୀ କୋଲମ୍ବୋକୁ ଯାଇ ପାକିସ୍ତାନ ବିରୋଧରେ ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ ରହିବ। ସେ କହିଥିଲେ ଯେ ଭାରତ ପକ୍ଷରୁ ସମସ୍ତ ପ୍ରୋଟୋକଲ୍ ମାନାଯିବ, କାରଣ ଭାରତ କେବେ ମଧ୍ୟ ପାକିସ୍ତାନ ସହ ମ୍ୟାଚ୍ ଖେଳିବାକୁ ଅସ୍ୱୀକାର କରିନଥିଲା। ଏହି ମଧ୍ୟବେଳେ ଟି-୨୦ ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ—ଉଭୟ ଦଳ ନିଜ-ନିଜ ଅଭିଯାନ ଜୟ ସହ ଆରମ୍ଭ କରିଛନ୍ତି। ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚ୍‌ରେ ୟୁଏସଏକୁ ୨୯ ରନ୍‌ରେ ପରାଜିତ କରିଥିବା ବେଳେ, ପାକିସ୍ତାନ ନେଦରଲ୍ୟାଣ୍ଡସ୍‌କୁ ୩ ୱିକେଟ୍‌ରେ ପରାସ୍ତ କରି ଜିତ ହାସଲ କରିଛି।

Related posts

ପାଞ୍ଚଭାଇଙ୍କ କୀର୍ତ୍ତିମାନ: ଓଡ଼ିଶା କ୍ରିକେଟର ପଞ୍ଚୁ ପାଣ୍ଡବ

Odisha Sports Bureau

ବାରବାଟୀ ଟି-20 ମ୍ୟାଚ୍‌ ପାଇଁ କାଲିଠୁ ଅନ୍‌ଲାଇନ୍‌ ଟିକେଟ୍ ବିକ୍ରି

Odisha Sports Bureau

ପଛରେ ପଡିଗଲେ କିଙ୍ଗ କୋହଲୀ

Odisha Sports Bureau