Cricket

ଶୁବମନ ଗିଲଙ୍କ ଭଉଣୀଙ୍କୁ ଅପଶବ୍ଦ କହିଥିବା ଲୋକଙ୍କୁ ଛଡ଼ାଯିବ ନାହିଁ: ଦିଲ୍ଲୀ ମହିଳା ଆୟୋଗ

ଆରସିବି ଆଇପିଏଲ୍ ୨୦୨୩ରୁ ବାଦ୍ ପଡିବା ପରେ ଶୁବମନ ଗିଲ୍ଙ୍କ ଭଉଣୀକୁ ଟାର୍ଗେଟ କରାଯାଇଛି । ସୋସିଆଲ ମିଡିଆ ୟୁଜର୍ସ ଶୁବମନ ଗିଲ୍ଙ୍କ ଭଉଣୀ ଶାହନିଲ୍ ଗିଲ୍ଙ୍କୁ ତାଙ୍କ ପୋଷ୍ଟରେ ଆଡୁସାଡୁ କମେଣ୍ଟ୍ କରିଛନ୍ତି। ବିଶେଷ କରି ମ୍ୟାଚ୍ ସରିବା ପରେ ଶାହନିଲ୍ ଯେଉଁ ପୋଷ୍ଟ୍ କରିଛନ୍ତି ସେଥିରେ ତାଙ୍କୁ ଅନେକ କମେଣ୍ଟ ମିଳିଛି । ଆଉ ଏଭଳି କମେଣ୍ଟ ଯୋଗୁଁ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତି ମାଲିଓ୍ଵାଲ ଏମାନଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି। ଶୁବମନ ଗିଲଙ୍କ ଶତକୀୟ ଇନିଂସ ଯୋଗୁଁ ଆରସିବି ପ୍ଲେ ଅଫରୁ ବାଦ୍ ପଡିଛି । ଆଉ ଆରସିବି ହାରିବା ପରେ ଶୁବମନ ଗିଲଙ୍କ ଭଉଣୀଙ୍କୁ ଟାର୍ଗେଟ କରିଛନ୍ତି ଟ୍ରୋଲର୍ସ । ସ୍ୱାତି ମାଲିଓ୍ଵାଲ ଟ୍ଵିଟ୍ କରି ସ୍କ୍ରିନସଟ୍ ସେୟାର କରିଛନ୍ତି । ଏହା ସହିତ କହିଛନ୍ତି, ଶୁବମନ ଗିଲଙ୍କ ଭଉଣୀଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା କୌଣସି ବ୍ୟକ୍ତିଙ୍କୁ ଛଡାଯିବ ନାହିଁ । ତାଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ହେବ ।

Related posts

କିଏ ପାଇବ ସୁଯୋଗ , ସଞ୍ଜୁ ସାମସନ ନା ଇଶାନ କିଷନ

Odisha Sports Bureau

ଆଜି ୪ଟି ଦଳ ମଧ୍ୟରେ କଡା ଟକ୍କର, ଲକ୍ଷ୍ନୌକୁ ଗୁଜୁରାଟ ମୁହାଁ ମୁହିଁ ହେଉଥିବା ବେଳେ ମୁମ୍ବାଇକୁ ପଞ୍ଜାବ ମଧ୍ୟରେ ହେବ ଟକ୍କର

Odisha Sports Bureau

ଟସ ଜିତିଲା ଭାରତ; ବୋଲିଂ ସହ ମ୍ୟାଚ ଆରମ୍ଭ କରିବ ଟିମ୍ ଇଣ୍ଡିଆ

Odisha Sports Bureau