Uncategorized

ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ ନିର୍ବାଚନରେ ପିଟି ଉଷା

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ସଂଘ ସଭାପତି ପିଟି ଉଷା କ୍ରୀଡ଼ା ପ୍ରଶାସକ ଭାବେ ଆଉ ପାଦେ ଆଗକୁ ବଢ଼ିବା ପାଇଁ ଯାଉଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘର ନିର୍ବାଚନରେ ଉଷା ଉପସଭାପତି ପଦ ପାଇଁ ନିର୍ବାଚନ ଲଢ଼ିବେ। ବୁଧବାର ସିଜିଏଫ୍ ପକ୍ଷରୁ ସଭାପତି, ଉପସଭାପତି, ଆଞ୍ଚଳିକ ଉପସଭାପତି ଓ ବିଭିନ୍ନ କମିଟି ସଦସ୍ୟ ପଦ ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋ‌ଷଣା କରିଛି। ଉପସଭାପତି ପାଇଁ ଉଷାଙ୍କ ସହିତ ହ୍ୟୁଗ୍‌ ଗ୍ରାହମ (କୁକ୍‌ ଆଇସଲାଣ୍ଡ), ବାରି ହେଣ୍ଡ୍ରିକ୍ସ (ଦକ୍ଷିଣ ଆଫ୍ରିକା), ସାନ୍ଦ୍ରା ଓସବର୍ଣ୍ଣ (ବାର୍ବାଡସ୍‌), ରିଚାର୍ଡ ପାୱାର୍ସ (କାନାଡା), ଇଆନ୍‌ ରେଡ୍‌ (ସ୍କଟଲାଣ୍ଡ) ଓ ଡୋନାଲ୍ଡ ରୁକାରେ (ଉଗାଣ୍ଡା) ପ୍ରତିଦ୍ବନ୍ଦ୍ବିତା କରିବେ। ସିଙ୍ଗାପୁରରେ ନଭେମ୍ବର ୧୪ ଓ ୧୫ ତାରିଖ ଦୁଇଦିନ ଧରି ବସିବାକୁ ଥିବା ସିଜିଏଫ୍‌ ସାଧାରଣ ବୈଠକରେ ଏହି ନିର୍ବାଚନ ଅନୁଷ୍ଠିତ ହେବ। ଉଲ୍ଲେଖଯୋଗ୍ୟ, ଉଷା ଗତବର୍ଷ ଡିସେମ୍ବର ଅପ୍ରତିଦ୍ବନ୍ଦ୍ବୀ ଭାବେ ଆଇଓଏର ସଭାପତି ନିର୍ବାଚିତ ହୋଇଥିଲେ।

Related posts

ସ୍ୱର୍ଣପଦକ ଜିତିଲେ ପ୍ରଣବ

Odisha Sports Bureau

ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

Odisha Sports Bureau

ଏଏଫସି ଏସିଆନ୍ କପ୍ ୨୦୨୪ ଭାରତୀୟ ଦଳର ନାମ ଘୋଷଣା

Odisha Sports Bureau