Cricket

ମୋହାଲି ନୁହେଁ ,ନୂଆ ଷ୍ଟାଡିୟମରେ ଖେଳିବ ପଞ୍ଜାବ କିଙ୍ଗସ୍

ନୂଆ ଷ୍ଟାଡିୟମରେ ଖେଳିବ ପଞ୍ଜାବ କିଙ୍ଗସ୍ । ଏନେଇ ପ୍ରସ୍ତୁତ ଜୋରଦାର ଚାଲିଛି । ଆଉ ମୋହାଲି ନୁହେଁ ପଞ୍ଜାବରେ ପ୍ରସ୍ତୁତ ହେବ କ୍ରିକେଟ ଗ୍ରାଉଣ୍ଡ ।ଆଇପିଏଲ୍ ସମସ୍ତ ଟିମ୍ ନିଜ ହୋମ୍ ଗ୍ରାଉଣ୍ଡରେ ଅଧିକାଂଶ ମ୍ୟାଚ୍ ଖେଳିଥାନ୍ତି । ଯେଉଁଠି ଟିମକୁ ଫ୍ୟାନ୍ସମାନଙ୍କର ଭରପୂର ସମର୍ଥନ ମିଳିଥାଏ । ଯେମିତି ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଏମ୍ ଏ ଚିଦାମ୍ବରମ ଷ୍ଟାଡିୟମ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ୱାଙ୍ଖଡେ ଷ୍ଟାଡିୟମକୁ ନିଜର ହୋମ୍ ଗ୍ରାଉଣ୍ଡ ବାଛିଛନ୍ତି, ସେହିପରି ପଞ୍ଜାବ କିଙ୍ଗସ୍ ମଧ୍ୟ ମୋହାଲି କ୍ରିକେଟ୍ ଗ୍ରାଉଣ୍ଡକୁ ନିଜର ହୋମ୍ ଗ୍ରାଉଣ୍ଡ ଭାବେ ବାଛିଥିଲା । ହେଲେ ଚଳିତବର୍ଷଠୁ କିନ୍ତୁ ମୋହାଲି କ୍ରିକେଟ୍ ଗ୍ରାଉଣ୍ଡ ଆଉ ପଞ୍ଜାବ କିଙ୍ଗସର ହୋମ୍ ଗ୍ରାଉଣ୍ଡ ରହିବ ନାହିଁ ।ପଞ୍ଜାବ କିଙ୍ଗସ୍ ଟିମ୍ ମୁଲ୍ଲାମ୍ପୁର କ୍ରିକେଟ୍ ଗ୍ରାଉଣ୍ଡରେ ୨୦୨୪ ଆଇପିଏଲର ମ୍ୟାଚ୍ ଖେଳିବ । ଏଥିପାଇଁ ଷ୍ଟାଡିୟମକୁ ପ୍ରସ୍ତୁତ କରାଯାଇଛି । ତେବେ ମିଳିଥିବା ରିପୋର୍ଟ ମୁତାବକ, ଆଇପିଏଲ୍ ଫ୍ରାଞ୍ଚାଇଜଙ୍କ ଅଧିକାରୀଙ୍କ ଦ୍ୱାରା ଏହି ଷ୍ଟାଡିୟମକୁ ନିରୀକ୍ଷଣ କରାଯାଇଛି । ।ହାପରେ ଏହି ଷ୍ଟାଡିୟମରେ ମ୍ୟାଚ୍ ହେଇପାରିବ ବୋଲି ଗ୍ରୀନ୍ ସିଗନାଲ ମିଳିସାରିଛି । ତେବେ କୌଣସି କାରଣରୁ ଏଥର ପିସିଏ ଷ୍ଟାଡିୟମରେ ଆଇପିଏଲ୍ ମ୍ୟାଚ୍ ସମ୍ଭବ ହେବ ନାହିଁ । ତେଣୁ ନୂଆ ଷ୍ଟାଡିୟମରେ ଏଥର ମ୍ୟାଚ୍ ଦେଖିବାକୁ ପହଞ୍ଚିବେ ପଞ୍ଜାବ କିଙ୍ଗସ୍ ଦଳର ଫ୍ୟାନ୍ସ ।

Related posts

ଆଜିର ମ୍ୟାଚ ଟିମ ଇଣ୍ଡିଆ ପାଇଁ ‘କର ବା ମର’ ପରିସ୍ଥିତି  

Odisha Sports Bureau

ହସପିଟାଲରେ ଭର୍ତ୍ତି ହେଲେ ଅଷ୍ଟ୍ରେଲିଆର ମହାନ କ୍ରିକେଟ୍ ଖେଳାଳି ରିକି ପଣ୍ଟିଂ

Odisha Sports Bureau

ବିଶ୍ୱକପ ପୁର୍ବରୁ ବିରାଟ କହିଲେ ମୋଠାରୁ କିଛି ଆଶା ରଖନି

Odisha Sports Bureau