Cricket

ଆଜି ପଞ୍ଜାବକୁ ଭେଟିବ ରାଜସ୍ଥାନ

ମେଲବୋର୍ଣ୍ଣ: ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ହିଁ ରୋମାଞ୍ଚକର ଚରମ ଶିଖରରେ ପହଞ୍ଚି ସାରିଛି । ପ୍ରତି ମ୍ୟାଚରେ ଟ୍ୱିଷ୍ଟ ପରେ ଟ୍ୱିଷ୍ଟ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ମ୍ୟାଚରେ ଆଜି ରାଜସ୍ଥାନ ରୋୟଲ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ହେବ ଘମାଘୋଟ ଲଢେଇ । ଉଭୟ ଦଳ ପାଇଁ ଏହି ମ୍ୟାଚଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ । ତେଣୁ ଏହି ମ୍ୟାଚ ଖୁବ ସଂଘର୍ଷପୂର୍ଣ୍ଣ ହେବ ବୋଲି ଫ୍ୟାନ୍ସମାନେ ଆଶା କରିଛନ୍ତି । ଏହି ମ୍ୟାଚରେ ସଞ୍ଜୁଙ୍କ ଟିମ ପ୍ରଥମ ପର୍ଯ୍ୟାୟରେ ପାଇଥିବା ପରାଜୟର ପ୍ରତିଶୋଧ ନେବା ପାଇଁ କରିବ ଅପ୍ରାଣ ଚେଷ୍ଟା ।
ଗତ ମ୍ୟାଚରେ ସଞ୍ଜୁଙ୍କ ଶତକ ସତ୍ତେ୍ୱ ଦଳ ୪ ରନରେ ପରାଜୟର ସାମନା କରିଥିଲା । ପଞ୍ଜାବ ଦେଇଥିବା ୨୨୧ ରନ ଲକ୍ଷ୍ୟକୁ ପିଛା କରି ସଞ୍ଜୁ ୧୧୯ ରନର ସୁନ୍ଦର ପାଳି ଖେଳିଥିଲେ । କିନ୍ତୁ ଦଳ ମାତ୍ର ୪ ରନରେ ପଛରେ ପଡି ଯାଇଥିଲା । ୭ ୱିକେଟ ବିନିମୟରେ ୨୧୭ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇ ପାରିଥିଲା ରାଜସ୍ଥାନ । ଦଳରେ ସଞ୍ଜୁ ସାମସନ ଏବଂ ଲାଏମ ଲିଭିଙ୍ଗଷ୍ଟୋନଙ୍କ ସହିତ ଜୋସ ବଟଲରଙ୍କ ସ୍ଥାନରେ ଆସିଥିବା ଲୁଇସ ମଧ୍ୟ ସ୍ଥାନ ପାଇଛନ୍ତି । ସମସ୍ତ ଖେଳାଳୀ ଚମତ୍କାର ଫର୍ମରେ ରହିଥିବା ବେଳେ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିବେ ଅଧିନାୟକ ।
ସେହିପରି ପଞ୍ଜାବ ଦଳରେ ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ ଏବଂ କ୍ରିସ ଗେଲଙ୍କ ଭଳି ଟି-ଟ୍ୱେଣ୍ଟି ସ୍ପେଶାଲିଷ୍ଟ ମହଜୁଦ ଅଛନ୍ତି । ତେଣୁ ଆଜି ଦୁବାଇରେ ଛକାର ବର୍ଷା ହେବ ବୋଲି ଫ୍ୟାନ୍ସମାନେ ଆଶା କରୁଛନ୍ତି । ଚଳିତ ଆଇପିଏଲରେ ରାଜସ୍ଥାନ ଷଷ୍ଠ ସ୍ଥାନରେ ଥିବା ବେଳେ ସପ୍ତମ ସ୍ଥାନରେ ରହିଛି ପଞ୍ଜାବ କିଙ୍ଗସ । ତେଣୁ ଉଭୟ ଦଳ ଏହି ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ କରିବେ ।

Related posts

ପିତାଙ୍କ ମୃତ୍ୟୁ ପରେ ଭାବପ୍ରବଣ ହୋଇ କ୍ରିକେଟ୍ରୁ ବ୍ରେକ୍ ନେଲେ ଇଂଲଣ୍ଡ ଖେଳାଳି କ୍ରିସ ୱକ୍ସ

Odisha Sports Bureau

ମନୁ ସାହନି ହେଲେ ଆଇସିସି କାର୍ଯ୍ୟ ନିର୍ବାହୀ ଅଧିକାରୀ

Odisha Sports Bureau

ପାକିସ୍ତାନର ଲଜ୍ଜାଜନକ ପରାଜୟ ପରେ ମୋହସିନ ନକଭିଙ୍କ ରାଗ ଭୀଷଣ, ଦଳକୁ ସମାଲୋଚନା

Odisha Sports Bureau