Cricket

ଆଇପିଏଲ୍‌ରେ ପୁଣି ଥରେ ପଦାର୍ପଣ କଲା ଭଳି ଲାଗୁଛି: ଋଷଭ ପନ୍ତ

ନୂଆଦିଲ୍ଲୀ: ମର୍ମନ୍ତୁଦ କାର୍‌ ଦୁର୍ଘଟଣାରୁ ନୂଆ ଜୀବନ ପାଇଥିବା ଭାରତୀୟ କ୍ରିକେଟର୍‌ ଋଷଭ ପନ୍ତ ଆଇପିଏଲ୍‌ରେ ଖେଳିବା ପାଇଁ ବିଶାଖାପାଟଣାରେ ଆରମ୍ଭ ହୋଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ଶିବିରରେ ଯୋଗ ଦେଇଛନ୍ତି। ଶିବିର ଆରମ୍ଭରୁ ଆସନ୍ତା ଆଇପିଏଲ୍‌ ତାଙ୍କ ପାଇଁ ନୂଆ ପଦାର୍ପଣର ଅନୁଭୂତି ଦେବ ବୋଲି କହିଛନ୍ତି। ପନ୍ତ କହିଛନ୍ତି,‘ଆଇପିଏଲ୍‌ ପାଇଁ ମୁଁ ବହୁତ ଉତ୍ସାହିତ ଥିଲେ ମଧ୍ୟ ନର୍ଭସ ଲାଗୁଛି। ପଦାର୍ପଣ ମ୍ୟାଚ୍‌ ଖେଳିବାକୁ ଯାଉଥିବା ଭଳି ମନେହେଉଛି। ଗତ କିଛି ମାସ ଧରି ମୋ ସହିତ ଯାହା ଘଟିଯାଇଛି, ଏହାପରେ ବି କ୍ରିକେଟ୍‌କୁ ଫେରିବା କୌଣସି ଚମତ୍କାରଠୁ କମ୍‌ ନୁହେଁ।
ଏଥିପାଇଁ ମୋର ସମସ୍ତ ପ୍ରଶଂସକ, ଶୁଭେଚ୍ଛୁଙ୍କ ସହିତ ବିସିସିଆଇ ଏବଂ ଏନ୍‌ସିଏ ଅଧିକାରୀମାନଙ୍କ ନିକଟରେ ମୁଁ କୃତଜ୍ଞ। ସେମାନଙ୍କର ଭଲପାଇବା ଓ ସମର୍ଥନ ସବୁବେଳେ ମୋତେ ଶକ୍ତି ଯୋଗାଉଛି ବୋଲି ପନ୍ତ କହିଛନ୍ତି। ଏଥିସହିତ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ୍‌ ମାଲିକ ଓ ସହଯୋଗୀମାନେ ଆରମ୍ଭରୁ ତାଙ୍କୁ ସହାୟତା ଯୋଗାଇ ଦେଇ ଆସୁଛନ୍ତି। ପ୍ରତ୍ୟେକ ସୋପାନରେ ସେମାନଙ୍କ ସହାୟତା ପାଇଁ ମୁଁ କୃତଜ୍ଞ। ତେଣୁ ମୋର ଦିଲ୍ଲୀ କ୍ୟାପିଟାଲ୍ସ ପରିବାର ସହିତ ପୁଣି ଏକାଠି ହେବା ସହ ପ୍ରଶଂସକଙ୍କ ଆଗରେ ଖେଳିବାକୁ ଆଉ ଅପେକ୍ଷା କରିହେବନି ବୋଲି ପନ୍ତ କହିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ କ୍ୟାପିଟାଲ୍ସ ଆସନ୍ତା ଆଇପିଏଲ୍‌ରେ ମାର୍ଚ୍ଚ ୨୩ ତାରିଖରୁ ପଞ୍ଜାବ କିଙ୍ଗ୍ସ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ।

Related posts

ଡ୍ରେସିଂ ରୁମ୍ ରେ ବସି କାନ୍ଦୁଥିବା ନଜର ଆସିଛନ୍ତି ରୋହିତ ଶର୍ମା

ଦ୍ବିତୀୟ ଟେଷ୍ଟରେ ଘରୋଇ ଦଳ ଉପରେ ଚାପର ପାହାଡ଼

Odisha Sports Bureau

କ୍ରିକେଟ ଜଗତକୁ ଏଣ୍ଟ୍ରି କଲେ ସଞ୍ଜୟ ଦତ୍ତ