Cricket

ବ୍ରାବୋର୍ଣ୍ଣ ଷ୍ଟାଡ଼ିୟମ୍ରେ ରୋହିତଙ୍କ ରେକର୍ଡ଼

 ସୋମବାର ଚତୁର୍ଥ ଦିନିକିଆରେ ଇତ୍ପିଜ୍କୁ ୨୨୪ ରନ୍ରେ ପରାସ୍ତ କରିଛି ଭାରତ । ଏହି ମ୍ୟାଚ୍ ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡ଼ିୟମ୍ରେ ଖେଳା ଯାଇଥିଲା । ଗତକାଲି ମ୍ୟାଚ୍ରେ ରୋହିତ ଶର୍ମା ବ୍ୟକ୍ତିଗତ ଭାବେ ୧୬୨ ରନ୍ କରିଥିଲେ । ଆଉ ଏହା ସହିତ ବ୍ରାବର୍ଣ୍ଣ ଷ୍ଟାଡ଼ିୟମ୍ରେ ତାଙ୍କ ନାଁରେ ଯୋଡ଼ି ହୋଇଯାଇଛି ଏକ ନିଆରା ରେକର୍ଡ଼ ।

ଦିନିକିଆରେ ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ରେ ଶତକ ମାରିବାରେ ରୋହିତ ହେଉଛନ୍ତି ପ୍ରଥମ ବ୍ୟାଟ୍ସମ୍ୟାନ୍‌। ତାଙ୍କ ପରେ ଗତକାଲି ଏହି ଷ୍ଟାଡିୟମରେ ଦ୍ୱିତୀୟ ଶତକ ମାରିଥିଲେ ଅମ୍ବାତି ରାୟୁଡୁ। ସେ ୮୧ଟି ବଲ୍‌ରୁ ୧୦୦ ରନ୍ କରି ରନ୍ ଆଉଟ୍ ହୋଇଥିଲେ।

କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ ଦ୍ୱାରା ପରିଚାଳିତ ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ ସହିତ ରୋହିତ ଶର୍ମାଙ୍କର ଏକ ନିଆରା ସଂପର୍କ ରହିଛି। କୋଲକାତାରେ ଥିବା ଇଡେନ୍ ଗାର୍ଡେନ୍‌କୁ ଭିଭିଏସ୍ ଲକ୍ଷ୍ମଣଙ୍କ ନାଁ ସହିତ ଯୋଡ଼ା ଯାଏ। ଅନିଲ୍ କୁମ୍ବଲେଙ୍କୁ ଦିଲ୍ଲୀ କୋଟ୍‌ଲା ଷ୍ଟାଡିୟମ୍ ସହିତ ଯୋଡ଼ା ଯାଏ। କୁହାଯାଏ ଏହି ଗ୍ରାଉଣ୍ଡଗୁଡ଼ିକରେ ଏହି ଖେଳାଳିମାନେ ଭୁଲ୍ କରନ୍ତି ନାହିଁ ଓ ଭଲ ପ୍ରଦର୍ଶନ କରନ୍ତି। ସେମିତି ବ୍ରାବର୍ଣ୍ଣ ଷ୍ଟାଡିୟମ୍‌ରେ କୌଣସି ଭୁଲ୍ ନ କରି ଭଲ ପ୍ରଦର୍ଶନ କରନ୍ତି ରୋହିତ ଶର୍ମା।

Related posts

ଶ୍ରେୟସ ଆୟର: ଏକ ପ୍ରତ୍ୟାବର୍ତ୍ତନ ଶ୍ରେୟସ ଆୟରଙ୍କ ପରି ହେବା ଉଚିତ, ଯିଏ ବିନା ଦୌଡ଼ି ୫୮ ରନ କରିଥିଲେ

Odisha Sports Bureau

ନବ କଳେବର ହେବ ବାରବାଟୀ ଷ୍ଟାଡ଼ିୟମ

ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଲା ୱେଷ୍ଟଇଣ୍ଡିଜ୍

Odisha Sports Bureau